ରତ୍ନଗିରି ପଂଚାୟତ ପକ୍ଷରୁ ବିଜେଡି ବିଧାୟକ ପ୍ରାର୍ଥୀ ବିଶ୍ବରଂଜନ ଙ୍କୁ ସ୍ଵାଗତ ଓ ସମ୍ଵର୍ଦ୍ଧନା  ।

ଯାଜପୁର,୦୮/୦୫/୨୦୨୪ (ଓଡ଼ିଶା ସମାଚାର /ସୁରେଶ କୁମାର କର )- ବରୀ  ବିଜେଡି ରୁ ଚଳିତ ଥର ପ୍ରାର୍ଥୀ ହୋଇଥିବା ବରୀ ର ସୁଖ ଦୁଃଖର  ସାଥୀ ବିଶ୍ବରଂଜନ ମଲ୍ଲିକ ଙ୍କୁ ବିଭିନ୍ନ ପଂଚାୟତ ପକ୍ଷରୁ ସ୍ଵାଗତ କରାଯାଉଥିବା ଦେଖିବାକୁ ମିଳୁଛି ।ଏହି କ୍ରମରେ  ଆଜି ରତ୍ନଗିରି ପଂଚାୟତ ପକ୍ଷରୁ ଶ୍ରୀ ମଲ୍ଲିକ ଙ୍କୁ  ରତ୍ନଗିରି ହାଟ ପଡ଼ିଆ ଠାରେ ହଜାର ହଜାର ସମର୍ଥକ ଓ ପଂଚାୟତ ବାସୀଙ୍କ ଦ୍ଵାରା ସ୍ଵାଗତ ଓ ସମ୍ଭର୍ଦ୍ଧନା କରାଯାଇଅଛି ।

oplus_2

ଏହି ପଂଚାୟତ ର ସରପଂଚ ,ସମିତି ସଭ୍ୟା ଙ୍କ ସହ ଅନ୍ୟ ପଂଚାୟତର ସରପଂଚ , ସମିତି ସଭ୍ୟ , ଜିଲ୍ଲାପରିଷଦ ସଭ୍ୟ , ପଂଚାୟତ ସମିତି ଚେୟାରମ୍ୟାନ ମଧ୍ୟ ଉପସ୍ଥିତ ରହି ଶ୍ରୀ ମଲ୍ଲିକ ଙ୍କୁ ନାଗରିକ ସମ୍ମାନରେ ସମ୍ମାନିତ କରିଛନ୍ତି  । ବରୀ ର ସର୍ବଦା ଉନ୍ନତି ଚାହାନ୍ତି , ବରୀ ର ସାମଗ୍ରୀକ ଉନ୍ନତି ଓ ମୁଖ୍ୟମନ୍ତ୍ରୀ ଦେଇଥିବା ଏହି ଦାଇତ୍ୱକୁ ସେ ନିର୍ବାହ କରି ମୁଖ୍ୟମନ୍ତ୍ରୀ ଙ୍କ ଆଶା ଓ ବିଶ୍ୱାସ କୁ ଟେକ୍ ରଖିବା ପାଇଁ  ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଯୋଡ଼ି ଶଙ୍ଖ କୁ ଭୋଟ ଦେବା ପାଇଁ ସେ ମଧ୍ୟ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *