ଶଶିକାନ୍ତଙ୍କୁ ମିଳିଲା କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରର ସଂଯୋଜକ ଦାଇତ୍ୱ

ନିଆଳୀ, ୨୦/୦୧/୨୦୨୪ (ଓଡ଼ିଶା ସମାଚାର)-ଆଗାମୀ ସାଧାରଣ ନିର୍ବାଚନକୁ ଆଖିଆଗରେ ରଖି ଅଖିଳ ଭାରତ କଂଗ୍ରେସ କମିଟି ତାର ଆଗୁଆ ୨୧ଟି ଲୋକସଭା ସଂସଦୀୟ କ୍ଷେତ୍ରର ସଂଯୋଜକ ନିଯୁକ୍ତି କରିଛି । ନିଆଳୀ ମାଟିର ଯୁବ ସଂଗଠକ ,ବର୍ତ୍ତମାନ ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସଂପାଦକ ଶଶିକାନ୍ତ ଲେଙ୍କା (ଆଲୋକ) ଙ୍କୁ କେନ୍ଦ୍ରାପଡା ଲୋକସଭା ସଂସଦୀୟ କ୍ଷେତ୍ରର ସଂଯୋଜକ ଭାବରେ ନିଯୁକ୍ତି ଦିଆଯାଇଛି । ଏହି ନିଯୁକ୍ତି ପତ୍ର ପାଇବା ପରେ ଶ୍ରୀ ଲେଙ୍କା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାଜ୍ଜୁନ ଖଡଗେ,ଓଡିଶା ପ୍ରଭାରୀ ଡଃ ଅଜୟ କୁମାର,ରାଜ୍ୟ ସଭାପତି ଶରତ ପଟନାୟକ ଓ ଜିଲ୍ଲା ସଭାପତି ମାନସ ଚୌଧୁରୀଙ୍କୁ କୃତଞ୍ଜତା ଜଣାଇବା ସହିତ କେନ୍ଦ୍ରାପଡାରେ ନିସ୍ୱାର୍ଥପର ଭାବରେ ଶ୍ରୀଯୁକ୍ତ ରାହୁଲ ଗାନ୍ଧୀ ଓ ଶରତ ପଟନାୟକ ଦେଇଥିବା ଗୁରୁଦାଇତ୍ୱକୁ ସୂଚାରୁରୂପେ ପାଳନ କରିବା ସହିତ ତୃଣମୂଳ ସ୍ତରରେ କଂଗ୍ରେସକୁ ମଜଭୁତ କରି କେନ୍ଦ୍ରାପଡାର ସମସ୍ତ ନେତାମାନଙ୍କ ପରାମର୍ଶ କ୍ରମେ ସଂସଦ ପ୍ରାର୍ଥୀ ଏବଂ ବିଧାୟକ ପ୍ରାର୍ଥିଙ୍କୁ ଜିତାଇଆଣିବା ପାଇଁ ଚେଷ୍ଟା କରିବେ ବୋଲି ମତବ୍ୟକ୍ତ କରିଛନ୍ତି ।
ଶ୍ରୀଲେଙ୍କା ପୂର୍ବରୁ ବହୁ ପଦପଦବୀ ତଥା ନିଆଳୀ ବ୍ଲକ ଓବିସି ସଭାପତି,ନିଆଳୀ ନିର୍ବାଚନମଣ୍ଡଳୀ ଯୁବ କଂଗ୍ରେସ ସଭାପତି,ଜଗତସିଂହପୁର ଲୋକସଭା ଯୁବ କଂଗ୍ରେସ ସଭାପତି,କଟକ ଜିଲ୍ଲା ଉପସଭାପତି,ପିସିସି ସଦସ୍ୟ,ଅନୁଗୁଳ ଜିଲ୍ଲା ପ୍ରଭାରୀ ସହିତ ଦୁଇଦୁଇଥର ନିଆଳୀ ବ୍ଲକରେ ପଞ୍ଚାୟତ ସମିତି ଗଠନ କରିବାପାଇଁ ଆପ୍ରାଣ ଉଦ୍ୟମ କରିଥିଲେ । କଟକ ଜିଲ୍ଲାରେ ସେ ଜଣେ ଟାଣୁଆ ସଂଗଠକ ଭାବରେ ଜଣାଶୁଣା । ଏହି ଖବର ପାଇବାପରେ ନିଆଳୀର କଂଗ୍ରେସ କର୍ମୀମାନଙ୍କ ମଧ୍ୟରେ ଖୁସୀର ଲହରୀ ଖେଳିଯାଇଛି । ଶ୍ରୀଲେଙ୍କାକୁ ଏହିପଦବୀ ମିଳିବା ପରେ ନିଆଳୀ ବ୍ଲକ କଂଗ୍ରେସ ସଭାପତି ସୌଭାଗ୍ୟ ବସ୍ତିଆ,କଣ୍ଟାପଡା କଂଗ୍ରେସ ସଭାପତି ଭରତ ଚନ୍ଦ୍ର ବେହେରା,କଟକ ଜିଲ୍ଲା ଉପସଭାପତି ସୌମେନ୍ଦ୍ର ହାତୀ,ନିଆଳୀ ଆଶାୟୀ ବିଧାୟକ ପ୍ରାର୍ଥୀ ଜ୍ୟୋତି ରଂଜନ ମଲ୍ଲିକ,ଯୁବ କଂଗ୍ରେସ ସଭାପତି ଅମୀୟ ନାୟକ,ଉପସଭାପତି ସୁଧାଂସୁ ପରିଡା,ଛାତ୍ର ସଭାପତି ସୂର୍ୟ୍ୟନାରାୟଣ ସ୍ୱାଇଁ,ସଂଗଠନ ସଂଯୋଜକ ଡଃକେଦାରନାଥ ସାହୁ,ଜିଲ୍ଲା ସାଧାରଣ ସଂପାଦକ ଵିଷ୍ଣୁଚରଣ ଡାଳୁଆ,ସୁବାସ ଚନ୍ଦ୍ର ରାଉତ,ଜିଲ୍ଲା ସଂପାଦକ ସଲିଳ ଚନ୍ଦ୍ର ସ୍ୱାଇଁ ଙ୍କ ସମେତ ବେଣୁଧର ସ୍ୱାଇଁ,ଭବାନୀ ଶଙ୍କର ମଲ୍ଲିକ,ଧୂସାସନ ସାହୁ,ପ୍ରଦୀପ୍ତ ସ୍ୱାଇଁ,ରାମଚନ୍ଦ୍ର ସ୍ୱାଇଁ,ଦୀପକ ଦାସ ,ପ୍ରଭୁ ଚରଣ ରାଉତ,ବିଷ୍ଣୁ ସ୍ୱାଇଁ,ମିନକେତନ ସ୍ୱାଇଁ,ଶିଶିର ରାଉତ,ନିର୍ମଳ ସିଂ,ପ୍ରମୋଦ ଜେନା,ରସାନନ୍ଦ ବେହୁରା,ଛନା ପଟନାୟକ,ମହନ୍ତ ବାରିକ,ପୁପୁ ବସ୍ତିଆ,ବାପି ଦାସ,ବ୍ରଜ କିଶୋର ପରିଡା,ମଲ୍ଲିକ ଆଲାମ,ସେକ ବବୁଲ,ମିର ଅଜିମ ସମେତ ଅନେକ କଂଗ୍ରେସ ନେତା ଶ୍ରୀ ଶଶିକାନ୍ତ ଲେଙ୍କା(ଆଲୋକ)ଙ୍କୁ ଶୁଭେଛା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *