ଖଵର ପ୍ରସାରଣ ପରେ ମରାମତି ହେଲା ଥୋରିଆପଡା ଆର୍ ଡି ରାସ୍ତା 

କଟକ ସଦର,୧୧/୦୮/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ସୋମପୁର ପଞ୍ଚାୟତ ଥୋରିଆପଡା ଗ୍ରାମ୍ୟ ଉନ୍ନୟନ ରାସ୍ତାରେ ଖାଲଖମା ସହିତ ବଡ଼ବଡ଼ ଗର୍ତ୍ତ ସୃଷ୍ଟି ହୋଇଥିବା କାରଣରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାକୁ ନେଇ ଗତ ରବିବାର ଦିନ ‘ଓଡିଶା ସମାଚାର’ ରେ ବିସ୍ତୃତ ଖବର ପ୍ରକାଶ ପାଇଥିଲା।

ଏଥିପାଇଁ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇ ଇଂ ମାନସ ଚୌଧୁରୀଙ୍କ ଉଦ୍ୟମରେ ଆଜି ମଙ୍ଗଳବାର ଦିନ ରାସ୍ତା ମରାମତି କାର୍ଯ୍ୟ କରାଯାଇ ଥିବା ଜଣାପଡିଛି। ଏଥିସହିତ ଉକ୍ତ ରାସ୍ତାର ଉନ୍ନତିକରଣ ଓ ସମ୍ପ୍ରସାରଣ କାର୍ଯ୍ୟ ପାଇଁ ପ୍ରସ୍ତୁତି ଶେଷ ହୋଇ ଟେଣ୍ଡର କୁ ଯାଇଥିଵା ଇଂ ଚୌଧୁରୀ ଙ୍କ ଠାରୁ ଜଣାପଡିଛି। ଏଥିପାଇଁ ସାଧାରଣରେ ଆନନ୍ଦ ପ୍ରକାଶ ପାଇଛି।

ଥୋରିଆପଡା ପୂର୍ତ୍ତ ବିଭାଗ ରାସ୍ତା ମରଣଯନ୍ତା, ଲୋକେ ହିନସ୍ଥା 

Leave a Reply

Your email address will not be published. Required fields are marked *