ଥୋରିଆପଡା ପୂର୍ତ୍ତ ବିଭାଗ ରାସ୍ତା ମରଣଯନ୍ତା, ଲୋକେ ହିନସ୍ଥା 

କଟକ ସଦର ୦୯/୦୮/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) କଟକ ସଦର ଅନ୍ତର୍ଗତ ଜଗତସିଂହପୁର ପୂର୍ତ୍ତ ବିଭାଜନ ଅଧିନସ୍ଥ ସୋମପୁର ଫୁଲରା ଭାୟା ଥୋରିଆପଡା ରାସ୍ତା ଏବେ ମରଣଯନ୍ତା ପାଲଟିଛି। ଯାହା ଫଳରେ ଲୋକମାନେ ପ୍ରତିଦିନ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି।

ରାସ୍ତାସାରା ଖାଲଖମା ସହିତ ବିପଦପୂର୍ଣ୍ଣ ଗର୍ତ୍ତମାନ ସୃଷ୍ଟି ହେଵା ଫଳରେ ପ୍ରତ୍ୟହ ରାସ୍ତାରେ ଛୋଟବଡ ଦୁର୍ଘଟଣା ମାନ ଘଟି ଚାଲିଛି। ଉକ୍ତ ବ୍ୟସ୍ତ ବହୁଳ ରାସ୍ତା ପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ଜନସାଧାରଣଙ୍କ ପକ୍ଷରୁ ବିଭାଗୀୟ ଅଧିକାରୀ ମାନଙ୍କ ନିକଟରେ ସରପଂଚ ପୀତାମ୍ବର ଦାସ, ପୂର୍ବତନ ସରପଂଚ ରୂପକ ସ୍ୱାଇଁ,ଅଭୟ ସାହୁ,ସୟଦ ନୁର ଅଲ୍ଲୀ,ସୁଦାମ ଭୋଇ ପ୍ରମୁଖ ଦାବି କରିଛନ୍ତି। ଅନ୍ୟଥା ଲୋକମାନେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *