ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜରେ ଯୁବ ଓଡ଼ିଶା-ନବୀନ ଓଡ଼ିଶା କାର୍ଯ୍ୟକ୍ରମ  ଉଦଯାପିତ

ଭୁବନେଶ୍ୱର,୨୭/୧୨/୨୦୨୩ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ଓଡ଼ିଶା ସରକାରଙ୍କ ତରଫରୁ ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜରେ ଚାଲିଥିବା ଯୁବ ଓଡ଼ିଶା-ନବୀନ ଓଡ଼ିଶା କାର୍ଯ୍ୟକ୍ରମ ବୁଧବାର ଦିନ  ଉଦଯାପିତ ହୋଇଯାଇଛି । ସମନ୍ୱିତ ଯୁବ ବିକାଶ ଉତ୍ସବ ମାଧ୍ୟମରେ ଯୁବକମାନଙ୍କୁ ଉତ୍ସାହିତ କରିବା ପାଇଁ ଯୁବ ଓଡ଼ିଶା-ନବୀନ ଓଡ଼ିଶା କାର୍ଯ୍ୟକ୍ରମ ବାରଦିନ ବ୍ୟାପୀ କଲେଜରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ୨୫୦ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଓ ପୁରସ୍କାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭୁବନେଶ୍ୱର ଉତର ବିଧାୟକ ସୁଶାନ୍ତ କୁମାର ରାଉତ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସିନେ ତାରକା ପୃଥ୍ୱୀରାଜ ଶତପଥୀ, ନୈନା ଦାଶ, କଣ୍ଠଶିଳ୍ପୀ ଶୈଳଭାମା ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ବେଳେ ୱାର୍ଡ଼ ନଂ-୧ କର୍ପୋରେଟର ମିହିର କୁମାର ରାଉତ, ୱାର୍ଡ଼ ନଂ-୨ କର୍ପୋରେଟ ମୋନାଲିସା ବେହେରା ଓ ୱାର୍ଡ଼ ନଂ-୩ କର୍ପୋରେଟର ଲକ୍ଷ୍ମୀପ୍ରିୟା ପରିଡ଼ା ଏବଂ କଲେଜ ପରିଚାଳନା କମିଟିର ସଭାପତି ପ୍ରଫେସର ବ୍ରହ୍ମାନନ୍ଦ ଶତପଥୀ ଯୋଗ ଦେଇଥିଲେ । କଲେଜର ଅଧ୍ୟକ୍ଷ ପ୍ରଶାନ୍ତ ରାଉତ ସ୍ୱାଗତ ଭାଷଣ ଦେଇ ସଭାର ମହତ୍ୱ ବଢାଇଥିଲେ । ସମନ୍ୱିତ ଯୁବ ବିକାଶ ଉତ୍ସବର ନୋଡ଼ାଲ ଅଫିସର ଅଧ୍ୟାପକ ପ୍ରବୀଣ କୁମାର ସାହୁ ସଂଯୋଜନା କରିଥିଲେ । କଲେଜର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଛାତ୍ରଛାତ୍ରୀମାନଙ୍କର ପ୍ରେରଣା ବଢାଇ ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କୁ ଖୁବ୍ ଉତ୍ସାହିତ କରିଥିଲା । ଶେଷରେ ଓଡ଼ିଆ ବିଭାଗର ସହଯୋଗୀ ପ୍ରଫେସର ଡ. ରମେଶ ଚନ୍ଦ୍ର ବେହେରା ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ଛାତ୍ରଛାତ୍ରୀମାନେ ଅନେକ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଉତ୍ସାହିତ ହେବା ସହିତ ବର୍ତମାନର ସରକାରଙ୍କୁ ଅନେକ ପ୍ରଶଂସା କରୁଥିଲେ । ଛାତ୍ରଛାତ୍ରୀମାନଙ୍କ ତରଫରୁ ନବୀନ ଓଡ଼ିଶା-ଯୁବ ଓଡ଼ିଶାର ଏକ ଅଭିନବ ପ୍ରୟାସ ବୋଲି ଉପସ୍ଥିତ ଥିବା ଅଭିଭାବକମାନେ ସଭାରେ ମତପୋଷଣ କରିଥିଲେ । ୧୨ଦିନ ବ୍ୟାପୀ ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ଡ. ସ୍ୱାତୀ ପଟ୍ଟନାୟକ, ଅଧ୍ୟାପିକା ଗୀତାଞ୍ଜଳି ବେହେରା, ଅଧ୍ୟାପକ ଧନଞ୍ଜୟ ଭୂୟାଁ, ଅଧ୍ୟାପକ ସୁନିଲ କୁମାର ସେଠୀ, ଅଧ୍ୟାପିକା ଅଭିସ୍ପା ପଣ୍ଡା, ଅଧ୍ୟାପିକା ଅନିନ୍ଦିତା ରାୟ ଓ ପିଇଟି ସାର୍ ଅନନ୍ତ ମାଧବ ସାହୁ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *