ଆୟତପୁର ପଞ୍ଚାୟତ: ଜରିପାଲ ପକାଇ ଭଙ୍ଗା କୁଡ଼ିଆରେ ରହୁଛନ୍ତି ବିଧବା ଗୋଲାପ ଦେହୁରୀ

                                            ସରକାରୀ ପକ୍କା ଘର ସାତସପନ

କଟକ ସଦର,୧୧/୦୮/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ବିଧବା, ସ୍ୱାମୀ ପରିତ୍ୟକ୍ତା ଓ ଚାଳ ଘରେ ରହୁଥିବା ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସରକାରୀ ଘର ଯୋଗାଇ ଦିଆଯିଵା ଘୋଷଣା ବାସ୍ତବରେ ଦୀପ ତଳ ଅନ୍ଧାର ଭଳି କଟକ ସଦର ଅନ୍ତର୍ଗତ କଟକ ସଦର ବ୍ଲକରେ ଧର୍ମକୁ ଆଖି ଠାର ସଦୃଶ ହୋଇଥିବା ଅଭିଯୋଗ ହେଉଛି। ପ୍ରକାଶ ଯେ ଉକ୍ତ ବ୍ଲକ ଅନ୍ତର୍ଗତ ଆୟତପୁର ପଞ୍ଚାୟତ ଜନୈକା ବିଧବା ମହିଳା ଗୋଲାପ ଦେହୁରୀ ଭଙ୍ଗାରୁଜା କୁଡିଆ ଉପରେ ଜରିପାଲ ପକାଇ ଦୟନୀୟ ଅବସ୍ଥାରେ ଜୀବନ ବିତାଉଥିବା ଜଣାପଡିଛି। ବିଧବା ମହିଳା ଙ୍କୁ ପକ୍କାଘର ଅଗ୍ରାଧିକାର ଭିତ୍ତିରେ ଯୋଗାଇ ଦିଆଯିବା ଗୋଲାପ ଙ୍କ କ୍ଷେତ୍ରରେ ସାତ ସପନ ହୋଇଛି।

ସବୁ ସମୟରେ ତଦନ୍ତ କରାଯାଇ ଘର ଦିଆଯିବାକୁ ପ୍ରକ୍ରିୟା ଶେଷ ହେଉଥିବା ବେଳେ କାହିଁକି ଯେ ଘର ଦିଆଯାଉନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିପରି ଗୋଲାପ ଙ୍କର ଦୁଇ ଗରିବ ଭାଇ ସତୃଘନ ଦେହୁରୀ ଓ ମଥୁରୀ ଦେହୁରୀ ପରିବାର ସହ ଚାଳ ଛପର ଘରେ ରହୁଥିଲେ ବି ଏମାନଙ୍କୁ ଅଣଦେଖା କରାଯାଉଛି। ତୁରନ୍ତ ଏହି ଯୋଗ୍ୟ ଦୁଇ ଗରୀବ ପରିବାର ଓ ବିଧବା ମହିଳାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସରକାରୀ ଘର ଯୋଗାଇ ଦେବାକୁ ବ୍ଲକ୍ ପ୍ରଶାସନ ଠାରେ ସାଧାରଣରେ ଦାବୀ ହେଉଛି।

Leave a Reply

Your email address will not be published. Required fields are marked *