କଟକ ସଦର, ୨୧/୦୭/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ତଥା କିନନନଗର ଥାନା ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ ସିର୍ଲୋ ନଵଗ୍ରାମ ରାଧାନଗର ଗ୍ରାମର ଜନୈକ ଅବିବାହିତ ବ୍ରାହ୍ମଣ ଯୁବକ ଅନିଲ୍ ଦାଶ ପୁରୀ ରଥଯାତ୍ରା ଦଳାଚକଟାରେ ଅକାଳରେ ପ୍ରାଣ ହରାଇଥିଲେ। ଏଥିପାଇଁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା।
ମୃତକଙ୍କ ପରିବାରକୁ ସରକାର ଅନୁକମ୍ପା ସହାୟତା ରାଶି ପ୍ରଦାନ କରିବାକୁ ସାଧାରଣରେ ଏଵଂ ବିଭିନ୍ନ ମହଲରୁ ଦାବି ହୋଇ ଆସୁଥିଲା। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଉକ୍ତ ଘଟଣା ପାଇଁ ଗଭୀର ଶୋକ ପ୍ରକାଶ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ମୃତ ଅନିଲଙ୍କ ପରିବାରର ନିକଟ ସମ୍ପର୍କୀୟ ଙ୍କୁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ମଞ୍ଜୁର କରିଛନ୍ତି। ଏଥିପାଇଁ ସାଧାରଣରେ ଆନନ୍ଦ ପ୍ରକାଶ ପାଇଛି।
ରଥଯାତ୍ରାରେ ମୃତ୍ୟୁ ବରଣ କରିଥିବା ୨ ଜଣଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
