ସରପଂଚ ଚାମେଲି ଓଝାଙ୍କ ଅନାସ୍ଥା ଭୋଟ ଫଳ ଘୋଷଣା ଉପରେ ରୋକ୍ ଲଗାଇଲେ ହାଇକୋର୍ଟ 

କଟକ ସଦର,୧୧/୦୮/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ତିଖିରୀ ପଞ୍ଚାୟତ ସରପଂଚ ଚାମେଲି ଓଝାଙ୍କ ଅନାସ୍ଥା ଭୋଟ ଫଳ ଘୋଷଣା ଉପରେ ଆଜି ମଙ୍ଗଳବାର ଦିନ ଅଙ୍କୁଶ ଲଗାଇଛନ୍ତି ଓଡ଼ିଶା ଉଚ୍ଚନ୍ୟାୟାଳୟ। ହାଇକୋର୍ଟ ଏହି ମାମଲାର ବିଚାର କରି ଅନ୍ତରିଣ ନିର୍ଦ୍ଦେଶନାମାରେ କହିଛନ୍ତି ଯେ ସରପଂଚ ଚାମେଲିଙ୍କ ବିରୁଦ୍ଧରେ ଜାରି ରହିବ ଅନାସ୍ଥା ,ହେଲେ ହାଇକୋର୍ଟଙ୍କ ବିନାନୁମତିରେ ଫଳ ପ୍ରକାଶ ପାଇବ ନାହିଁ।

ସୂଚନାଯୋଗ୍ୟ ଯେ ରାଜ୍ୟରେ ଚର୍ଚ୍ଚାରେ ଥିବା ସରପଂଚ ଚାମେଲି ଓଝା ଅନାସ୍ଥା ବିରୁଦ୍ଧରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏହି ରାୟ ପ୍ରକାଶ ପାଇବା ପରେ ଆସନ୍ତା ୧୩ ତାରିଖରେ ହେବାକୁ ଥିବା ଅନାସ୍ଥା ଭୋଟ ଚାମେଲିଙ୍କ ପାଇଁ ଆଶ୍ୱସ୍ତି ଆଣିଦେଇଛି।

Leave a Reply

Your email address will not be published. Required fields are marked *