ସମାଜସେବୀଙ୍କ ବିୟୋଗରେ  ଶ୍ରଦ୍ଧାଞ୍ଜଳି ସଭା

ମାହାଙ୍ଗା ,୦ ୮/୦୮/୨୦୨୬ (ଓଡିଶା ସମାଚାର / ଅଭୟ ଜେନା )ବିଶିଷ୍ଟ ସମାଜସେବୀ,ଅଣ କଂଗ୍ରେସ ରାଜନୀତିରେ ଚର୍ଚ୍ଚିତ ବ୍ୟକ୍ତିତ୍ୱ,ସାହିତ୍ୟ ସଂସ୍କୃତି ସଂଗଠକ,ବିରୂପା ଗେଙ୍ଗୁଟି ଦ୍ବିପାଞ୍ଚଳର ଚାଷୀ ମୁଲିଆଙ୍କ ଅଗ୍ରଣୀ ନେତା, ପ୍ରଶାନ୍ତ ମହାନ୍ତି ରବି ବାବୁଙ୍କ ଏକାଦଶାହ ତିଥିରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି l

    ମାହାଙ୍ଗା ବ୍ଲକ କୁଣ୍ଡି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପ୍ରାଙ୍ଗଣରେ ସ୍ଥାନୀୟ ଦ୍ବୀପାଞ୍ଚଳ ନାଗରିକ ମଞ୍ଚ ପକ୍ଷରୁ ଆୟୋଜିତ ଏହି ସ୍ମୃତି  ଶ୍ରଦ୍ଧାଞ୍ଜଳି ସଭାରେ ଗୀତିକାର ବିଶ୍ୱେଶ୍ୱର ମହାନ୍ତି ଅଧ୍ୟକ୍ଷତା କରିଥିଲେ l

  ଜଣେ ଆଗଧାଡ଼ିର ସାମାଜିକ କର୍ମୀଭାବେ ସ୍ବର୍ଗତ ରବି ବାବୁଙ୍କ ବିବିଧ ଜନ କଲ୍ୟାଣ କାର୍ଯ୍ୟକ୍ରମ ଯୁବ ସମାଜକୁ ସାମାଜିକ ଦାୟିତ୍ୱବୋଧ ପ୍ରତି ଜାଗ୍ରତ କରିପାରିବ ବୋଲି ବକ୍ତାମାନେ ଆହ୍ୱାନ ଦେଇଥିଲେ l

  ଏହି ଉତ୍ସବରେ କବି ପ୍ରଶାନ୍ତ କୁମାର କର, ପ୍ରାକ୍ତନ ନାଏବ ସରପଞ୍ଚ ବଟକୃଷ୍ଣ ଦାଶ, ଶିକ୍ଷାବିତ ସତ୍ୟନାରାୟଣ ମହାନ୍ତି, ନାଟ୍ୟ ନିର୍ଦ୍ଦେଶକ ଅଶୋକ କୁମାର ମହାନ୍ତି, ପୂର୍ବତନ ସମିତିସଭ୍ୟ ସତ୍ୟଜିତ କିଶୋର ଦାସ, ଡକ୍ଟର ଭାବଗ୍ରାହୀ ରାଉତ,ସରପଞ୍ଚ ବିଜୟାନନ୍ଦ ସିଂ, ସରପଞ୍ଚ ଲଳିତ ମହାପାତ୍ର, ବ୍ଲକ ବିଜେଡି କାର୍ଯ୍ୟକାରୀ ସଭାପତି ହୃଷିକେଶ ସ୍ୱାଇଁ, କୁଣ୍ଡି ସମବାୟ ସମିତି ସଭାପତି ଅଖିଳେଶ ପଦ ମହାନ୍ତି,କଟକ ଜିଲ୍ଲା ବିଜେଡି ଉପସଭାପତି ପ୍ରଶାନ୍ତ ପଟ୍ଟନାୟକ,ପ୍ରାକ୍ତନ ଜିଲ୍ଲାପରିଷଦ ସଭ୍ୟ ମୁରସିଦ ରିଆଜୁଲ ହୋଦା, ପୂର୍ବତନ ସରପଞ୍ଚ ରୁଷି କୁମାର ରାଉତ,ପୂର୍ବତନ ସରପଞ୍ଚ କମଳାକାନ୍ତ ରାଉତ, ପୂର୍ବତନ ସରପଞ୍ଚ ମିହିର କୁମାର ପାତ୍ର, ସମିତିସଭ୍ୟ ଲତୀଫୁର ରେହେମନ,ସମାଜସେବୀ ଶଶିଭୂଷଣ ମହାନ୍ତି, ସତ୍ୟନାରାୟଣ ଦାସ, ଅନନ୍ତ ଚରଣ ବାଘ, ସରପଞ୍ଚ ରବୀନ୍ଦ୍ର ବାଗ, ସୁବାସ କର,କମଳାକାନ୍ତ ମହାନ୍ତି,ସାମ୍ବାଦିକ ଶୈଳମଣୀ ସାହୁ,ସୁବ୍ରତ ମହାନ୍ତି, ଅଶୋକ ଦାଶ,ସୟୀଦ  ମହମ୍ମଦ,ପ୍ରମୁଖ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ସ୍ବର୍ଗତ ମହାନ୍ତିଙ୍କ ବହୁମୁଖୀ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ l

  ଏହିସ୍ମୃତି  ଉତ୍ସବକୁ ପବିତ୍ର ପ୍ରଧାନ, ନଗେନ୍ଦ୍ର ରାଉତ, ଅକ୍ଷୟ ସିଂ, ସେକ ମନାନ,ପ୍ରମୁଖ ପରିଚାଳନା କରିଥିଲେ

Leave a Reply

Your email address will not be published. Required fields are marked *