ଜଗତସିଂହପୁର, ୦ ୮/୦୮/୨୦୨୬ (ଓଡ଼ିଶା ସମାଚାର)-: ଆଜି ଜଗତସିଂହପୁର ଜିଲ୍ଲା ରେ ପ୍ରାଣକୃଷ୍ଣ ପଢ଼ିଆରୀ ଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଜଗତସିଂହପୁର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ ଜୟବଡ ଛକ ନିକଟରେ ଥିବା ସେହି ସ୍ୱର୍ଗତ ଅମର ଆତ୍ମା ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ଏହି କାର୍ଯ୍ୟକ୍ରମ ରେ ୯ ନମ୍ବର ୱାର୍ଡ ପାରିଷଦ ଶ୍ରୀ ଜଗଦାନନ୍ଦ ପଢିଆରୀ, ସାମ୍ୱାଦିକ ଶୁଭକାନ୍ତ ପଢ଼ିଆରୀ, ପୌର ପରିଷଦ ର ସୁଦର୍ଶନ ଭୋଇ ଙ୍କ ସମେତ ରମାକାନ୍ତ ପଢ଼ିଆରୀ, ଲିଟୁ ପ୍ରମୁଖ ଉପସ୍ଥିତ ରହି ସେହି ମହାନ ଆତ୍ମାଙ୍କ ପ୍ରତିମୂର୍ତ୍ତି ରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।
-0-
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
