କଟକ ସଦର ଡେଭଲପମେଣ୍ଟ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ

ନିଶ୍ଚିନ୍ତକୋଇଲି,୨୬/୦୫/୨୦୨୬ (ଓଡିଶା ସମାଚାର /ଅଭୟ ଜେନା) – ଇଉନିଅନ ଫର କଟକ ସଦର ଡେଭେଲପମେଣ୍ଟ ର ସଭାପତି ପ୍ରଫେସର ମନୋଜ ନାୟକ ଙ୍କର ନିର୍ଦ୍ଦେଶ କ୍ରମେ ୨୫ ନମ୍ବର ଜୋନ ଅନ୍ତର୍ଗତ ତିଳକଣ। ପଂଚାୟତ କୁଆଁସୋଳ ଗ୍ରାମର କୁନା ମଳିକ ଙ୍କର ପରଲୋକ  ଖବର ପାଇ ଗଭୀର ଦୁଃଖ ପ୍ରକାଶ କରିଥିଲେ । ଏହି ପରିପ୍ରେକ୍ଷୀ ରେ ସଂଗଠନ ର ସକ୍ରିୟ ସଭ୍ୟ ପୂର୍ବତନ ସରପଂଚ ସୁନାକର ବେହେରା, ପୂର୍ବତନ ସରପଂଚ ପ୍ରଶାନ୍ତ ବେହେରା, ପୁର୍ବତନ ସମିତି ସଭ୍ୟ ସୁରଥ ରାଉତ, ପ୍ରଦୀପ ସାହୁ ରଂଜନ ଦାସ ଏବଂ ସାମ୍ବାଦିକ ରତ୍ନାକର ବାରିକ ପ୍ରମୁଖ ଉପସ୍ଥିତ ରହି ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *