ବିଧାୟକ ଙ୍କ ଦ୍ଵାରା ବର୍ଦ୍ଧିତ ଭତ୍ତା ଵଣ୍ଟନ।

ଆଠଗଡ,୨୨/୦୧/୨୦୨୫ (ଓଡ଼ିଶା ସମାଚାର)- ଵୁଧବାର ଅପରାହ୍ନ ରେ ଆଠଗଡ ଏନ୍ଏସି ପକ୍ଷରୁ ଆୟୋଜିତ ଭତ୍ତା ଵଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଠଗଡ ଏନ୍ଏସି ଅଧ୍ୟକ୍ଷା ସସ୍ମିତା ରାଉତ ଙ୍କ ଅଧ୍ୟକ୍ଷତାରେ ଏନ୍ଏସି କାର୍ଯ୍ୟାଳୟ ସ୍ଥିତ ସଭାଗୃହ ମଧ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଆଠଗଡ ଏନ୍ଏସି ର ବିଭିନ୍ନ ୱର୍ଡର ୨୩ ଜଣ ୮୦ଵର୍ଷରୁ ଉର୍ଦ୍ଧ ବୃଦ୍ଧବୃଦ୍ଧା ଓ ୮୦ଶତକଡାରୁ ଉର୍ଦ୍ଧ ଭିନ୍ନକ୍ଷମ ଙ୍କୁ ଵର୍ଦ୍ଧିତ ୩୫୦୦ଲେଖାଁଏ ଵର୍ଦ୍ଧିତ ଭତ୍ତା ଵଣ୍ଟନ କରିଥିଲେ। ସେହିପରି ନୂତନ ଭାବରେ ୫ଜଣଙ୍କୁ ରାଜ୍ୟ ସରକାର ଙ୍କ ଦ୍ଵାରା ପ୍ରଚଳିତ ମଧୁବାବୁ ବାର୍ଦ୍ଧକ୍ୟ ଭତା ଯୋଜନା ରେ ଅନ୍ତର୍ଭୁକ୍ତ କରାଯାଇ ୧୦୦୦ଟଙ୍କା ଲେଖାଏଁ ଭତ୍ତା ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଉପ-ନଗରପାଳ ଵି.ଶୁଭ୍ରଶଙ୍କର ଜ୍ୟୋତି,ନିର୍ଵାହୀ ଅଧିକାରୀ ପ୍ରଦୀପ କୁମାର ସାହା, ଏନ୍ଏସି ଗୋଷ୍ଠୀ ସହାୟିକା ବାସନ୍ତୀ ସାହୁ, ଯୁବନେତା ପ୍ରକାଶ ରାଉତ, ଲକ୍ଷ୍ମୀ ନାରାୟଣ ଭଞ୍ଜ ଓ ବିଭିନ୍ନ ୱର୍ଡର କାଉନସିଲର ମାନେ ପ୍ରମୁଖ ଯୋଗଦେଇ ଥିଲେ ବରିଷ୍ଠ ସହାୟକ ନିରଞ୍ଜନ ଦାସ କାର୍ଯ୍ୟକ୍ରମ ର ସଂଯୋଜନା ଓ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *