ଭୁବନେଶ୍ୱର,୦୯/୦୨/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ଦି ଇନ୍ଷ୍ଟିିଚୁ୍ୟଟ୍ ଅଫ୍ କଷ୍ଟ୍ ଆକାଉଣ୍ଟସ୍ ଅଫ୍ ଇଣ୍ଡିଆ (ଆଇ.ସି.ଏମ୍.ଏ.ଆଇ) ଭୁବନେଶ୍ୱର ଚାପ୍ଟର ଦ୍ୱାରା “ୟୁନିୟନ ବଜେଟ:୨୦୨୫-୨୬” ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଅବସରରେ ୧୫୦ରୁ ଊଦ୍ଧ୍ୱର୍ କଷ୍ଟ୍ ଏଣ୍ଡ୍ ମ୍ୟାନେଜମେଣ୍ଟ ଆକାଉଣ୍ଟସ୍ ସଦସ୍ୟମାନେ ସକି୍ରୟ ଅଂଶଗ୍ରହଣ କରିଥିଲେ ।
ଉକ୍ତ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ରୂପେ ସି.ଏମ୍.ଏ ଦେବରାଜ ବିଶ୍ୱାଳ, ପୂର୍ବତନ ପରିଚାଳନା ନିର୍ଦ୍ଧେଶକ, ଭୁବନେଶ୍ୱର ଷ୍ଟକ୍ ଏକ୍ସଚେଞ୍ଜ, ଯୋଗଦେଇ “ୟୁନିୟନ ବଜେଟ୍: ୨୦୨୫-୨୬” ଉପରେ ସବିଶେଷ ବ୍ୟାଖ୍ୟା କରିଥିଲେ । ଅନ୍ୟ ବକ୍ତାମାନଙ୍କ ମଧ୍ୟରେ ସି.ଏ. ଅରୁଣ କୁମାର ସାବତ, ଚାଟାର୍ଡ଼ ଆକାଉଣ୍ଟାଣ୍ଟ ତଥା ପ୍ରତ୍ୟକ୍ଷ କର ସମୀକ୍ଷା ବିଶାରଦ, ଭାରତ ସରକାରଙ୍କ ଦ୍ୱାରା ଅନୁମୋଦିତ “ୟୁନିୟନ ବଜେଟ୍:୨୦୨୫-୨୬”ର ପ୍ରତ୍ୟକ୍ଷ କର ଓ ସାଧାରଣ ଜନତାଙ୍କ ଉପରେ ଏହାର ପ୍ରଭାବକୁ ନେଇ ବ୍ୟାଖ୍ୟା କରିଥିଲେ । ପ୍ରଫେସର ଡଃ ଏସ୍.ଏନ୍.ମିଶ୍ର ଡିନ୍, କିଟ୍ ସ୍କୁଲ ଅଫ୍ ମ୍ୟାନେଜମେଣ୍ଟ, ଏହାର ଭାରତର ଅର୍ଥନୀତି ଉପରେ ପ୍ରଭାବ ବିଷୟରେ ଉଲ୍ଲେଖ କରିଥିଲେ । ସି.ଏମ୍. ଏ ଶିବ ପ୍ରସାଦ ପାଢ଼ୀ, କଷ୍ଟ୍ ଆକାଉଣ୍ଟାଣ୍ଟ ତଥା ପରୋକ୍ଷ କର ସମୀକ୍ଷା ବିଶାରଦ ଏହି ବଜେଟ୍ ଟିର ପରୋକ୍ଷ କର ପ୍ରଭାବ ଉପରେ ବ୍ୟାଖ୍ୟା କରିଥିଲେ । ସି.ଏ ରାଜ ନାରାୟଣ ତି୍ରପାଠୀ, ଚାଟାର୍ଡ଼ ଆକାଉଣ୍ଟାଣ୍ଟ ଏହି “ୟୁନିୟନ ବଜେଟ: ୨୦୨୫-୨୬” ଭାରତର ଅର୍ଥନୀତି ଉପରେ କି ପ୍ରଭାବ ପକାଇବ ତାହା ଉପରେ ଆଲୋକପାତ କରିଥିଲେ । ସି.ଏମ୍.ଏ. ରମେଶ ଚନ୍ଦ୍ର ପାତ୍ର, ଭୁବନେଶ୍ୱର ଚାପ୍ଟରର ଅଧ୍ୟକ୍ଷ ସ୍ୱାଗତ ଭାଷଣ ଦେଇଥିବା ବେଳେ ସି.ଏମ୍.ଏ ସୌମ୍ୟ ରଞ୍ଜନ ଜେନା, ଅଧ୍ୟକ୍ଷ, ପ୍ରଫେସନାଲ ଡ଼େଭେଲପ୍ମେଣ୍ଟ କମିଟି ଆଲୋଚନା ଚକ୍ରଟିକୁ ସଂଚାଳନା କରିଥିଲେ । ସି.ଏମ୍.ଏ ଅବିନାଶ କୋଟନି ଟ୍ରେଜରର ଧନ୍ୟବାଦ ଭାଷଣ ଦେଇଥିଲେ । ସି.ଏମ୍.ଏ ଶରତ କୁମାର ବେହେରା ଉପାଧ୍ୟକ୍ଷ, ସି.ଏମ୍.ଏ ବରଦା ପ୍ରସନ୍ନ ନାୟକ ସମ୍ପାଦକ, ସି.ଏମ୍.ଏ ସୂର୍ଯ୍ୟନାରାୟଣ ତି୍ରପାଠୀ ପୂର୍ବତନ ଚେୟାରମ୍ୟାନ ଓ ଅନ୍ୟ ସମସ୍ତ ପରିଚାଳନା କମିଟିର ସଦସ୍ୟ ଏବଂ କର୍ମଚାରୀମାନଙ୍କ ଉତମ ସହଯୋଗ ଫଳରେ ଆଲୋଚନାଚକ୍ରଟି ସଫଳତା ତଥା ଶୃଙ୍ଖଳାର ସହିତ ସମାପନ ହୋଇଯାଇଅଛି ।
Latest Odisha News : ସି.ଏମ୍.ଏ ଭବନରେ “ୟୁନିୟନ ବଜେଟ” ଶୀର୍ଷକ ଆଲୋଚନାଚକ୍ର
