ଉଇସଡମ୍ ପବ୍ଲିକ ସ୍କୁଲର ଟଵାକୋ ବର୍ଜନ ସଚେତନତା କାର୍ଯ୍ୟକ୍ରମ 

କଟକ ସଦର,୦୮/୦୮/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ସାମନ୍ତରାପୁର ଠାରେ ଥିବା ଅଗ୍ରଣୀ ଇଂରାଜୀ ମାଧ୍ୟମ ‘ଉଇସଡମ୍ ପବ୍ଲିକ ସ୍କୁଲ’ ପକ୍ଷରୁ ଆଜି ଶନିବାର ଦିନ ଏକ ଟଵାକୋ ବର୍ଜନ ସଚେତନତା କାର୍ଯ୍ୟକ୍ରମ ସ୍କୁଲର ନିର୍ଦ୍ଦେଶକ ବିବେକାନନ୍ଦ ଭୁୟାଁ ଙ୍କ ତତ୍ବାବଧାନରେ ଏଵଂ ପରିଚାଳନା ନିର୍ଦ୍ଦେଶକ ଡ଼ଃ ପ୍ରିତମ ଚୌଧୁରୀ ଙ୍କ ପ୍ରତ୍ୟକ୍ଷ ପରିଚାଳନା ରେ ଅନୁଷ୍ଠିତ ହୋଇଯାଇଛି।

ଏହି ଉପଲକ୍ଷେ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ଏକ ସଚେତନତା ଶୋଭାଯାତ୍ରା କିଶନନଗର ଥାନା ଠାରୁ ହାଇସ୍କୁଲ ପର୍ଯ୍ୟନ୍ତ ଯାଇଥିଲା। ଏହାକୁ ଥାନା ଆଇଆଇସି ମାନେଶ୍ୱର ପ୍ରଧାନ ଉଦଘାଟନ  କରିବା ସହିତ ଶୋଭାଯାତ୍ରା ରେ ସାମିଲ ହୋଇଥିଲେ।ଏଥିସହିତ ସ୍କୁଲରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଵେଣ୍ଟକାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ଡାକ୍ତର ଶୁଭାଶିଷ ଶତପଥୀ ଯୋଗଦେଇ ଟଵାକୋ ସେବନର ଭୟଭୟାତା ଉପରେ ଆଲୋକପାତ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ହୋଇଥିଲେ। ସୂଚନାଯୋଗ୍ୟ ଯେ ସଵୁ ସମୟରେ ସ୍କୁଲ ପକ୍ଷରୁ କରାଯାଉଥିବା ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଲୋକମାନଙ୍କ ଦ୍ୱାରା ଆଦୃତି ଲାଭ କରୁଛି।

Leave a Reply

Your email address will not be published. Required fields are marked *