କିଶନନଗର ଚିନ୍ତାମଣି ହାଇସ୍କୁଲର ପ୍ରାକ୍ତନ ଛାତ୍ର ଇଂ ପ୍ରଶାନ୍ତ ରାଉତରାୟଙ୍କ ପରଲୋକ,ଶୋକର ଛାୟା

କଟକ ସଦର,୦୮/୦୮/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ହାଇସ୍କୁଲର ପ୍ରାକ୍ତନ ଛାତ୍ର, ସ୍ଥାନୀୟ କାଳିକାପୁର ନିବାସୀ ତଥା ନାଲକୋର ଅବସରପ୍ରାପ୍ତ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ପ୍ରକଳ୍ପ) ଇଂ ପ୍ରଶାନ୍ତ କୁମାର ରାଉତରାୟ ଙ୍କର ଭୁବନେଶ୍ୱର ଠାରେ ପରଲୋକ ଘଟିଥିବା ଜଣାପଡିଛି।

ସିଏ ଜଣେ ମିଷ୍ଟଭାଷୀ ଅମାୟିକ ପରୋପକାରୀ ଧର୍ମପରାୟଣ ବ୍ୟକ୍ତି ହୋଇଥିବାରୁ ତାଙ୍କ ମୃତ୍ୟୁ ଖବର ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଏଥିପାଇଁ ହାଇସ୍କୁଲରେ ତାଙ୍କ ଅମର ଆତ୍ମାର ସଦଗତି ପାଇଁ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ନିରଵ ପ୍ରାର୍ଥନା କରାଯାଇଥିଲା। ତାଙ୍କର କର୍ମମୟ ଜୀବନ, ମାନବିକ ମୁଲ୍ୟବୋଧ ଓ ପରୋପକାରୀତା ଆଗାମୀ ପିଢ଼ିକୁ ଚିରକାଳ ପ୍ରେରଣା ଯୋଗାଇବ ବୋଲି ପୁରାତନ ବିଦ୍ୟାର୍ଥୀ ପରିଷଦ ସଂପାଦକ ଇଂ ଦେବବ୍ରତ ପାତ୍ର ଶୋକ ବାର୍ତ୍ତାରେ କହିଛନ୍ତି।

Leave a Reply

Your email address will not be published. Required fields are marked *