ତରାଣ୍ଡୋ ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

କେନ୍ଦ୍ରାପଡ଼ା, ୨୪/୦୧/୨୦୨୫ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୋ ଗ୍ରାମପଂଚାୟତର ତରାଣ୍ଡୋ ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ବିଦ୍ୟାଳୟର ପ୍ରଧାନଶିକ୍ଷକ ରାଜକିଶୋର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମଣ୍ଡଳ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ଦଳାଇ, ସମ୍ମାନୀତ ଅତିଥି ଭାବେ ବାରୋ ଗ୍ରାମପଂଚାୟତର ସରପଂଚ ଗୋପିନାଥ ମଲ୍ଲିକ, କେନ୍ଦ୍ରାପଡା ସାଂସଦଙ୍କ ପ୍ରତିନିଧି କିଶୋର ଚନ୍ଦ୍ର ପଣ୍ଡା, ସମାଜସେବୀ ମହନି ଚରଣ ଆଚାର୍ଯ୍ୟ, ତରାଣ୍ଡୋ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଚକ୍ରଧର ସାମନ୍ତରାୟ, ସି.ଆର.ସି.ସି. ବୈଲୋଚନ ସାମଲ, ବିଦ୍ୟାଳୟ ପରିଚାଳନା ସମିତି ଅଧ୍ୟକ୍ଷ ପ୍ରକାଶ ସାମଲ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଉପାଦେୟ ପରାମର୍ଶ ପ୍ରଦାନ ସହିତ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶିକ୍ଷକ ମୀର ଅକ୍ତର ଅଲ୍ଲୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନ ଶିକ୍ଷକ ଶ୍ରୀ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସଂଗୀତ, ନୃତ୍ୟ ଓ ଅଭିନୟ ପ୍ରଦର୍ଶନ ପୂର୍ବକ ସେମାନଙ୍କ ଅନ୍ତନିର୍ହିତ ପ୍ରତିଭାର ପରିଚୟ ଦେଇଥିଲେ ।

Leave a Reply

Your email address will not be published. Required fields are marked *