ଭୁବନେଶ୍ୱର,୨୩/୦୯/୨୦୨୫(ଓଡ଼ିଶା ସମାଚାର)- ମଙ୍ଗଳବାର ଓଡ଼ିଶା କଳା ଓ କ୍ରୀଡ଼ା ଶିକ୍ଷକ ମହାସଂଘର ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ ପଦଯାତ୍ରା ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରୁ ଦିବା ୧୦ ଘଟିକା ସମୟରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ତାଙ୍କର ଆଜ୍ଞାମାଳ ପାଇ ପ୍ରଭୁଙ୍କ ଫଟୋଚିତ୍ର ଧାରଣ କରି ନିଜର ନ୍ୟାଯ୍ୟଦାବି ପାର୍ଟ ଟାଇମ ଭଳି କୁତ୍ସିତ ପ୍ରଥାକୁ ଉଚ୍ଛେଦ କରି ନିୟମିତ ହେବା ଦାବି ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ସହିତ ସାକ୍ଷାତ ଆଲୋଚନା ଉଦ୍ଧେଶ୍ୟରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କରି ସନ୍ଧ୍ୟାରେ ଚନ୍ଦନପୁରଠାରେ ପହଂଚିଛନ୍ତି ।
ଏହି ପଦଯାତ୍ରାରେ ରାଜ୍ୟର ସମସ୍ତ ଜିଲାରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ କାର୍ଯ୍ୟରତ ପ୍ରାୟ ଏକ ହଜାର କଳା ଓ କ୍ରୀଡ଼ା ପ୍ରଶିକ୍ଷକ / ପ୍ରଶିକ୍ଷିକା ସାମିଲ୍ ହୋଇଥିଲେ ବୋଲି ମହାସଂଘର ସଭାପତି ପାଣ୍ଡବ ବିଶି ଓ ସାଧାରଣ ସମ୍ପାଦକ ଧର୍ମେନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି । ଆସନ୍ତା କାଲି ଆହୁରି ହଜାର ହଜାର ପ୍ରଶିକ୍ଷକ ପ୍ରଶିକ୍ଷିକା ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି ।
