କଟକ ସଦର,୦୫/୦୮/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ପୂର୍ତ୍ତ ବିଭାଗ ମହାନଦୀ ବନ୍ଧ ରାସ୍ତାର କିଶନନଗର ଥାନା ଗଡା ଗ୍ରାମ୍ୟ ଉନ୍ନୟନ ରାସ୍ତାରେ ଜଳ ନିଷ୍କାସନର ସୁବିଧା ନଥିବାରୁ ପାଣି ଜମି ରହିଥିବାରୁ ଲୋକମାନେ ନାହିଁ ନଥିବା ଦୁର୍ଦ୍ଦଶାର ଶିକାର ହେଉଥିବା ଅଭିଯୋଗ ହେଉଛି।
ଏବେ ଏହି ସମସ୍ୟାର ସମାଧାନ ପାଇଁ ଆର୍ ଡି ବିଭାଗ ପକ୍ଷରୁ ଥାନା ଗଡାକୁ କଂକ୍ରିଟ କରାଯାଇଥିବା ବେଳେ ସମସ୍ୟା ଏବେ ଯଥା ପୂର୍ବଂ ତଥା ପରମ ଅବସ୍ଥାରେ ରହିଛି। 
ସେଥିରେ ଜଳ ନିଷ୍କାସନ ପାଇଁ କିଛି ଦିନ ହେଲା ଥାନା ପାଚେରୀ କଡ଼ରେ ଡ୍ରେନ୍ ଖୋଳା ଯାଇ ପକାଇ ରଖାଯାଇଥିବାରୁ ଏଥିପାଇଁ ଅଧିକ ବିପଦ ସୃଷ୍ଟି କରିଛି। ଏହି ଡ୍ରେନର ପାଣି ଶେଷ ମୁଣ୍ଡରେ କେଉଁଠାରେ ନିଷ୍କାସିତ ହେବ ତାହା ପାଇଁ ଅଧିକ ସମସ୍ୟା ଦେଖାଦେଇଛି। ସେହିପରି ମେଡିକାଲ ଓ ତହସିଲ ରୋଡରେ ମଧ୍ୟ ଏହି ସମସ୍ୟା ଦେଖାଦେଇଛି। ପାଣି ନିଷ୍କାସନ ର ସୁବିଧା ନକରି ଠିକାଦାରୀ ମୁନାଫା ପାଇଁ ଡ୍ରେନ୍ ଖୋଳା ଯାଇଥିବା ଅଭିଯୋଗ ହେଉଛି। ଏଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲା ପ୍ରଶାସନ ଠାରେ ସାଧାରଣରେ ଦାବି ହେଉଛି।
