ପଞ୍ଚୁକରେ ପୋଲିସର ଉଲ୍ଲେଖନୀୟ ସଫଳତା ଓ ସାହାଯ୍ୟ ପାଇଁ ପୁରୀ ପୋଲିସକୁ ଧନ୍ୟବାଦ
ପୁରୀ ୨୮/୧୧/୨୦୨୩ (ଓଡ଼ିଶା ସମାଚାର)-ପୁରୀ ଗସ୍ତରେ ମଙ୍ଗଳବାର ଆସିଥିଲେ ପୋଲିସ ଡିଜିପି ସୁନୀଲ ବଂଶଲ । ପରିବାର ସହ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ଗଣମାଧ୍ୟମକୁ ସୂଚନା ଦେଇ ପୋଲିସ ଡିଜିପି ଶ୍ରୀ ବଂଶଲ ପଞ୍ଚୁକରେ ପୋଲିସର ଉଲ୍ଲେଖନୀୟ ସଫଳତା ଓ ସାହାଯ୍ୟ ପାଇଁ ପୁରୀ ପୋଲିସକୁ ଧନ୍ୟବାଦ୍ ଜଣାଇଛନ୍ତି। ମହାପ୍ରଭୁଙ୍କ ଦର୍ଶନ ପୂର୍ବରୁ ଡିଜିପି ଶ୍ରୀ ବଂଶଲଙ୍କ ପ୍ରତିକ୍ରିୟାରେ କହିଛନ୍ତି କାର୍ତ୍ତିକ ପୂର୍ଣ୍ଣମୀରେ ୨ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଶୃଙ୍ଖଳିତ ଭାବେ ଦର୍ଶନ କରିଛନ୍ତି ।ଏଥିପାଇଁ ୭୦ ପ୍ଲାଟୁନ ଫୋର୍ସ ସହ ରାଜ୍ୟର ବଛା ବଛା ୩୦୦ ଅଧିକାରୀ ନିୟୋଜିତ ଥିଲେ। ପୁରୀ ଏସପି କେ. ବିଶାଲ ସିଂହଙ୍କ ନିର୍ଦ୍ଦେଶରେ ଭକ୍ତମାନେ ଅତି ସୁନ୍ଦର ଭାବେ ଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିୟାନଙ୍କ ନିର୍ଦ୍ଦେଶରେ ରାଜ୍ୟ ଓ ପୁରୀ ପୋଲିସ ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନରେ ନିୟୋଜିତ ଅଛି। କୋଭିଡ୍ ପରେ ପୁରୀକୁ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଭିଡ ବଢ଼ିଛି। ନୂଆ ବର୍ଷରେ ପ୍ରବଳ ଭିଡ ସମ୍ଭାବନା ଥିବାରୁ ସେହି ଅନୁସାରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ସେ ଶ୍ରୀମନ୍ଦିର ନିକଟରେ ପହଞ୍ଚିବା ପରେ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ପୁରୀ ଏସପି ଡ଼ କେ ଵିଶାଲ ସିଂଙ୍କ ସହ ଜିଲ୍ଲା ବରିଷ୍ଠ ପୋଲିସ ଅଧିକାରୀ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ସୁରକ୍ଷା ଓ ସୁବିଧା ନେଇ ସେ ଅନୁଧ୍ୟାନ କରିଥିଲେ ।