କଟକ ସଦର,୨୫/୦୬/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ପ୍ରଧାନମନ୍ତ୍ରୀ ଙ୍କ ଭୁବନେଶ୍ବର କାର୍ଯ୍ୟକ୍ରମ ରେ ଯୋଗଦେବାକୁ ପ୍ରଶାସନ ର ନିର୍ଦେଶନାମା ଅନୁସାରେ ଜନୈକ ଅର୍ଦ୍ଧ ସରକାରୀ କର୍ମଚାରୀଙ୍କୁ ସର୍ବସମ୍ମୁଖରେ ଜାତିଆଣ ଆକ୍ଷେପ ସହ ଗାଡ଼ିରୁ ଭିଡି ଵାହାର କରିଦେଇଥିବା ଅଭିଯୋଗ ଉପରେ ଆଟ୍ରୋସିଟି ମାମଲା ରୁଜୁ ହୋଇଥିବା ଜଣାପଡିଛି।
ପ୍ରକାଶ ଯେ କିଶନନଗର ଥାନା ତଥା ନିଶ୍ଚିନ୍ତକୋଇଲି ବ୍ଲକ ଈଶାଣୀଵ୍ରହ୍ମପୁର ପଞ୍ଚାୟତର ଜନୈକ ଦଳିତ ଏସଇଏମ୍ ଶୁଶାନ୍ତ କୁମାର ସେଠୀ ପ୍ରଶାସନ ର ନିର୍ଦେଶ ଅନୁଯାୟୀ ନୋଡାଲ ଅଧିକାରୀ ଭାବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ କୁ ଯିବାକୁ ଗାଡ଼ିରେ ଚଢୁଥିଵା ସମୟରେ ମଲ୍ଲିପୁର ଗ୍ରାମର ଲିପୁ ଓରଫ ଦିପକ ମହାନ୍ତି ତାଙ୍କୁ ଲୋକମାନଙ୍କ ସମ୍ମୁଖରେ ଜାତିଆଣ ଆକ୍ଷେପ ସହ ଅଶାଳୀନ ଗାଳିଗୁଲଜ କରି ଗାଡିରୁ ଭିଡ଼ି ବାହାର କରିଦେଇଥିବା ଥାନାରେ ଅଭିଯୋଗ ହୋଇଥିଲା।
ସେଥିରେ ଅଭିଯୁକ୍ତ ଓ ଅଭିଯୋଗକାରୀଙ୍କୁ ଥାନା କୁ ଡାକି ତଦନ୍ତ ଚଳାଉ ଥିବାବେଳେ ଥାନା ଅଧିକାରିଣୀ ଙ୍କ ସମ୍ମୁଖରେ ଜନୈକ ତଥାକଥିତ କୁଜି ନେତା ଅଭିଯୋଗକାରୀଙ୍କୁ ଅଶାଳୀନ ଦୁର୍ବ୍ୟବହାର କରିବା ସମସ୍ତଙ୍କୁ ବ୍ୟଥିତ କରିଥିଲା। ଏଥିରେ ହସ୍ତକ୍ଷେପ କରି ଥାନା ଅଧିକାରିଣୀ ଦୂର୍ଗେଶ ନନ୍ଦିନୀ ମହାନ୍ତି ଅଭିଯୁକ୍ତ ଦିପକ ମହାନ୍ତି ଙ୍କ ନାଁ ରେ ମାମଲା ନଂ ୧୫୦/୨୦୨୫ ଦଫା ୨୯୬,୩,(୧),(ଆର୍)(ଏସ୍)ଏସ୍ ଟି/ ଏସ୍ ସି ମାମଲା ରୁଜୁ କରି ତଦନ୍ତ ତ୍ୱରାନ୍ୱିତ କରିଥିବା ଜଣାଯାଇଛି।
