ଵିଲହାଟର ସୁନା ଦୋକାନୀ ଉପରକୁ ଗୁଳିଚାଳନା, ଆହତ ମେଡ଼ିକାଲରେ ଭର୍ତ୍ତି

କଟକ ସଦର , ୦୧/୦୮/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ତଥା କିଶନନଗର ଥାନା ମାହାଳହାଟ ବିଟ୍ ହାଉସ୍ ଅଧିନସ୍ଥ ଵିଲହାଟ ବଜାରର ଜନୈକ ସୁନା ଅଳଙ୍କାର ଦୋକାନୀ କାଳନ୍ଦୀ ନନ୍ଦୀ ଙ୍କ ଉପରକୁ ଗତକାଲି ଶୁକ୍ରବାର ରାତିରେ ଦୁର୍ବୃତ୍ତ ମାନେ ଗୁଳି ଚାଳନା କରିଥିବା ଜଣାପଡିଛି।

ଏଥିରେ ଆହତ ହୋଇଥିବା କାଳନ୍ଦୀ ନନ୍ଦୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରକାଶ ଯେ ବିଲହାଟ ବଜାରରେ ମା ତାରିଣୀ ଜୁଏଲର୍ସ ର ମାଲିକ କାଳନ୍ଦୀ ନନ୍ଦୀ ସବୁଦିନ ଭଳି ଗତକାଲି ରାତିରେ ଦୋକାନ ବନ୍ଦ କରି ଘରକୁ ଯାଉଥିବା ବେଳେ ତାଙ୍କ ଠାରୁ ଲୁଟ୍ କରିବା ଉଦ୍ଦେଶ୍ୟରେ ଦୁର୍ବୃତ୍ତ ମାନେ ତାଙ୍କୁ ମାଡ଼ ମାରି ମୁଣ୍ଡ ଫଟେଇଦେବା ସହ ଆକ୍ରମଣ କରିଥିଲେ । ଶେଷରେ ଗୁଳି ଚାଳନା କରିଥିଲେ । ଦୁର୍ବୃତଙ୍କ ଗୁଳି କାହାରି ଦେହରେ ବାଜି ନଥିଲା । ହେଲେ ପାଟି ଶୁଣି ଲୋକମାନେ ଘଟଣାସ୍ଥଳରେ ପହଂଚି ଯିବାରୁ ଦୁର୍ବୃତ୍ତ ମାନେ ଲୁଟ୍ କରିନପାରି  ପଳାଇଯାଇଥିଲେ ।

Leave a Reply

Your email address will not be published. Required fields are marked *