କଟକ ସଦର,୦୮/୦୭/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ସ୍ୱତନ୍ତ୍ର ଆଇନ୍ ତଥା ୭ ଦଫା ଦାବିରେ ଓଡ଼ିଶା ଡ୍ରାଇଭର ମହାସଂଘ ର ସଭାପତି ପ୍ରଶାନ୍ତ ମେଣ୍ଡୁଲିଙ୍କ ଆହ୍ବାନ କ୍ରମେ ଆଜି ମଙ୍ଗଳବାର ଦିନ କଟକ ଜିଲ୍ଲା କଟକ ସଦର ଡ୍ରାଇଭର ମହାସଂଘ ପକ୍ଷରୁ କନ୍ଦରପୁର ଥାନା ଫକିରପଡା ପୁରୁଣା ଟୋଲ୍ ଗେଟ୍ ନିକଟରେ ଡ୍ରାଇଭର ମାନେ ଷ୍ଟିଅରିଂ ଛାଡି କଟକ ପାରାଦୀପ ରାସ୍ତାରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ଏଥିରେ ସଦର ମହାସଂଘର ସଭାପତି ରଞ୍ଜନ କୁମାର ଭୋଇ, ସଂପାଦକ ସୁଜିତ୍ କୁମାର ସାହୁ, ଉପସଭାପତି ନିରଞ୍ଜନ ବେହେରା,ସହ ସଂପାଦକ ପ୍ରଫୁଲ୍ଲ କୁମାର ନାୟକ ଙ୍କ ନେତୃତ୍ଵରେ ଶତାଧିକ ଡ୍ରାଇଭର ମାନେ ରାଜରାସ୍ତାରେ ଆନ୍ଦୋଳନକୁ ଓହ୍ଲାଇ ଧାରଣାରେ ବସିଥିବା ଜଣାପଡିଛି। ସେହିପରି କିଶନନଗର ଥାନା ଗଡମା ଠାରେ କିଶନନଗର ମହାସଂଘ ଓ ନିଶ୍ଚିନ୍ତକୋଇଲି ମହାସଂଘ ପକ୍ଷରୁ ଡ୍ରାଇଭର ମାନେ ମିଳିତ ଭାବେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।
