ସ୍ୱତନ୍ତ୍ର ସଘନ ସଂଶୋଧନ (SIR)–୨୦୨୬ କାର୍ଯ୍ୟକ୍ରମ ଅନ୍ତର୍ଗତ ପରିଗଣନା ଫର୍ମ ର  ର ୧୦୦% ଡିଜିଟାଇଜେସନ ସଫଳତାର ନିମନ୍ତେ ସମ୍ବର୍ଦ୍ଧନା ସମାରୋହ

ଜଗତସିଂହପୁର, ୨୦/୦୬/୨୦୨୬ (ଓଡ଼ିଶା ସମାଚାର)-ସ୍ୱତନ୍ତ୍ର ସଘନ ସଂଶୋଧନ (SIR)–୨୦୨୬ କାର୍ଯ୍ୟକ୍ରମ ଅନ୍ତର୍ଗତ ପରିଗଣନା ଫର୍ମ ର  ୧୦୦% ଡିଜିଟାଇଜେସନ ସଫଳତାର ନିମନ୍ତେ ଆଜି ୧୦୨ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ରେ ERO ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ BLO ଏବଂ BLO Supervisors ଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।

(SIR)–୨୦୨୬ ସଫଳତା ରସହିତ ସମ୍ପନ୍ନ କରିଥିବା ୭୫ ଜଣ ବୁଥ୍ ସ୍ତରୀୟ ଅଧିକାରୀ (BLO) ଏବଂ ୨ ଜଣ BLO ସୁପରଭାଇଜରଙ୍କୁ  ଅତିରିକ୍ତ ଜିଲ୍ଲାପାଳ ତଥା ନିର୍ବାଚକ ପଞ୍ଜୀକରଣ ଅଧିକାରୀ (ADM & ERO) ସମ୍ମାନିତ କରିଥିଲେ।

ଏହି ସମ୍ମାନ ସେମାନଙ୍କର ନିଷ୍ଠାପୂର୍ଣ୍ଣ ପ୍ରୟାସ, କର୍ତ୍ତବ୍ୟନିଷ୍ଠା ଓ ଅକ୍ଳାନ୍ତ ପରିଶ୍ରମର ସ୍ୱୀକୃତି ସ୍ୱରୂପ ପ୍ରଦାନ କରାଯାଇଥିଲା। ଗଣନା ପ୍ରପତ୍ରଗୁଡ଼ିକର ସମୟୋପଯୋଗୀ ଏବଂ ସଠିକ୍ ଡିଜିଟାଇଜେସନ ମାଧ୍ୟମରେ ସେମାନେ ଏକ ସୁଚାରୁ, ସ୍ୱଚ୍ଛ ଏବଂ ତ୍ରୁଟିମୁକ୍ତ ନିର୍ବାଚକ ତାଲିକା ପୁନରୀକ୍ଷଣ ପ୍ରକ୍ରିୟା ସୁନିଶ୍ଚିତ କରିବାରେ ଉଲ୍ଲେଖନୀୟ ଅବଦାନ ରଖିଛନ୍ତି।

  ପ୍ରକାଶ ଥାଉକି, ଜଗତସିଂହପୁର ଜିଲ୍ଲାରେ ଚଳିତ ବର୍ଷ ମଇ ୩୦ ତାରିଖରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା। ଜିଲ୍ଲାରେ ନିୟୋଜିତ ଥିବା ବୁଥ ସ୍ତରୀୟ ଅଧିକାରୀ (ବିଏଲଓ) ମାନେ ଏବଂ ରାଜନୈତିକ ଦଳ ପକ୍ଷରୁ ନିୟୋଜିତ ବୁଥ ସ୍ତରୀୟ ଏଜେଣ୍ଟ,  ଘରକୁ ଘର ପରିଦର୍ଶନ କରି ମତଦାତାଙ୍କୁ ପରିଗଣନା ଫର୍ମ ବଣ୍ଟନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ୨୦ ଜୁନ୍ ୨୦୨୬ ସୁଦ୍ଧା  ଜିଲ୍ଲାରେ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ମୋଟ ୯,୬୪,୦୨୭  ପରିଗଣନା ଫର୍ମ ବଣ୍ଟନ କରାଯାଇଛି ଓ ୭,୧୬,୫୫୫ ଫର୍ମ ଡିଜିଟାଇଜଡ ହୋଇଛି । ୧୦୧ ପାରାଦ୍ଵୀପ ରେ ୧୬୮୬୮୮ (୭୬.୯୪%) , ୧୦୨ ତିର୍ତ୍ତୋଲ ରେ ୧୯୭୬୩୦ (୭୭.୯୯%) , ୧୦୩ ବାଲିକୁଦା ଏରସମା ରେ ୧୮୩୦୭୯ (୬୭.୪୯%) , ୧୦୪ ଜଗତସିଂହପୁର ରେ ୧୬୭୧୫୮(୭୫.୮୬%) ଫର୍ମ ଡିଜିଟାଇଜଡ ସରିଛି ବୋଲି ନିର୍ବାଚନ ବିଭାଗ ଡେପୁଟି କଲେକ୍ଟର ପ୍ରଶାନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି।

ଯେଉଁ ଯୋଗ୍ୟ ନାଗରିକମାନେ ଏପର୍ଯ୍ୟନ୍ତ ନିଜର ପରିଗଣନା ଫର୍ମ ବୁଥ୍ ସ୍ତରୀୟ ଅଧିକାରୀଙ୍କ ପାଖରେ ଦାଖଲ କରିନାହାନ୍ତି, ସେମାନେ ତୁରନ୍ତ ଏହାକୁ ଜମା କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚିତ କରାଯାଇଛି।

 ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଜେ ସୋନାଲ ଏବଂ ନିର୍ବାଚନ ପଞ୍ଜୀକରଣ ଅଧିକାରୀମାନଙ୍କ ତତ୍ତ୍ୱାବଧାନରେ ଜୁନ୍ ୨୮ ଯାଏଁ ଏହି ଫର୍ମ ପୂରଣ ପ୍ରକ୍ରିୟା ଚାଲିବ। ଏହା ପରେ ୫ ଜୁଲାଇ ୨୦୨୬ ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶ ହେବ। ଭୋଟର ତାଲିକାକୁ ନିର୍ଭୁଲ ଏବଂ ପାରଦର୍ଶୀ କରିବା ଉଦ୍ଦେଶ୍ୟରେ ଏହି ଏସଆଇଆର୍ ପ୍ରକ୍ରିୟା ଆରମ୍ଭ ହୋଇଛି।  ଏହାବ୍ୟତୀତ ଭୋଟରମାନେ ଚାହିଁଲେ ନିର୍ବାଚନ କମିଶନଙ୍କ ସରକାରୀ ୱେବସାଇଟ୍ (voters.eci.gov.in) ରୁ ଏହି ଫର୍ମ ଡାଉନଲୋଡ୍ କରି, ତଥ୍ୟ ପୂରଣ କରି ନିଜେ ମଧ୍ୟ ଅପଲୋଡ୍ କରିପାରିବେ।

Leave a Reply

Your email address will not be published. Required fields are marked *