ନାନପୁର ସରକାରୀ ସାଧୁଚରଣ ଉଚ୍ଚ ବିଦ୍ୟାପୀଠରେ ପ୍ରାଣ ପ୍ରତିଷ୍ଠାତା ବଂଶୀଧର ମହାନ୍ତିଙ୍କର ପ୍ରତିମୂର୍ତ୍ତି ଅନାବରଣ

କଟକ ସଦର,୦୧/୦୮/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଵୋଧପୁର ପଞ୍ଚାୟତରେ ଥିବା ସରକାରୀ ସାଧୁ ଚରଣ ବିଦ୍ୟାପୀଠର ପ୍ରାଣ ପ୍ରତିଷ୍ଠାତା ସ୍ବର୍ଗତ ବଂଶୀଧର ମହାନ୍ତିଙ୍କର ୩୬ ତମ ଶ୍ରାଦ୍ଧ ଦିବସ ଅବସରରେ ଆଜି ଶନିବାର ପୂର୍ବାହ୍ନରେ ତାଙ୍କର ଏକ ପ୍ରତିମୂର୍ତ୍ତିକୁ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଉନ୍ମୋଚିତ କରିଛନ୍ତି।

ଏହି ଅବସରରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ନିରୁପମା ମଲ୍ଲିକ ଙ୍କ ପୌରୋହିତ୍ୟ ଓ ସମାଜସେବୀ ରୋସନ ରଥଙ୍କ ସଂଯୋଜନା ରେ ବଂଶିଧର ମହାନ୍ତି ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ସଭାରେ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ ଦାୟିତ୍ବରେ ଥିବା ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, କଟକ ସଦର ବିଜେପି ନେତା ତଥା ରାଜ୍ୟ ବିଜେପି ମୁଖପାତ୍ର ଦିଲ୍ଲିପ ମଲ୍ଲିକ, ରାଜ୍ୟ ମହିଳା କମିଶନ ସଦସ୍ୟା ପ୍ରତିଭା ଶତପଥୀ, ଚଣ୍ଡୀ ପ୍ରସାଦ ଦାସ,ଓମକାର ନାଥ ମହାନ୍ତି ପ୍ରମୁଖ ଯୋଗ ଦେଇ ଶିକ୍ଷା ଶିକ୍ଷକ ଓ ଶିକ୍ଷାୟତନ ଉପରେ ଆଲୋକପାତ କରିଥିଲେ।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ କଟକର ଅତିରିକ୍ତ ଜିଲ୍ଲାପାଳ କମଲଜିତ୍ ଦାସ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରଦୀପ କୁମାର ସାହୁ, କିଶନନଗର ତହସିଲଦାର କ୍ଷିରୋଦ କୁମାର ଦାଶ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ହୃଷିକେଶ ଜେନା, ସଦର ଆତ୍ମା ସଭାପତି ରମା ପ୍ରସାଦ ବିଶ୍ୱାଳ, କଟକ ସଦର ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ସାଧୁ ଚରଣ ଜେନା, ସ୍ଥାନୀୟ ଵୋଧପୁର ସରପଂଚ ପ୍ରଶାନ୍ତ ବେହେରା, ସ୍କୁଲ ପରିଚାଳନା କମିଟି ସଭାପତି ସୁରେନ୍ଦ୍ର କୁମାର ସାହୁ, କିଶନନଗର ବିଜେପି ମଣ୍ଡଳ ସଭାପତି ଚିତ୍ତରଞ୍ଜନ ସାହୁ,ସୁଦାମଵତୀ ମଣ୍ଡଳ ସଭାପତି ରଘୁନାଥ ଚୌଧୁରୀ, ନେମାଳ ମଣ୍ଡଳ ସଭାପତି ମୀନକେତନ ମହାନ୍ତି, କନ୍ଦରପୁର ମଣ୍ଡଳ ସଭାପତି ନିରଂଜନ ରାଉଳ ଙ୍କ ସମେତ ବହୁ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

ପରିଚାଳନାରେ ଅରବିନ୍ଦ ମହାନ୍ତି, ବିଶ୍ୱନାଥ ଵସ୍ତିଆ, ଜୀବନ ମହାନ୍ତି, ବିକାଶ ପାତ୍ର, ସନ୍ତୋଷ ପଣ୍ଡା,ଆଵାହନୀ ମହାନ୍ତି, ସରୋଜ କୁମାର ବାରିକ ପ୍ରମୁଖ ସହାୟତା କରିଥିଲେ। ଶେଷରେ ବରିଷ୍ଠ ଶିକ୍ଷକ ବିଶ୍ବମ୍ବର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ସୂଚନାଯୋଗ୍ୟ ଯେ ୨୦୧୪ ମସିହାରେ ତତ୍କାଳୀନ ବିଜେପି ରାଜ୍ୟ ସଭାପତି ତଥା ବିରୋଧୀଦଳ ନେତା କନକବର୍ଦ୍ଧନ ସିଂହଦେଓଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିବା ବଂଶୀଧର ମହାନ୍ତି ଙ୍କ ପ୍ରତିମୂର୍ତ୍ତି ଭାଙ୍ଗିରୁଜି ଯାଇଥିବାରୁ ୧୨ ବର୍ଷ ପରେ ଆଜି ସେହି ଉପ ମୁଖ୍ୟମନ୍ତ୍ରୀ ଥିବା କନକ ବର୍ଦ୍ଧନ ସିଂହଦେଓ ପ୍ରତିମୂର୍ତ୍ତି ଅନାବରଣ କରିଥିବା ଜଣାପଡିଛି।

ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ନାନପୁର ଯିବା ବାଟରେ କନ୍ଦରପୁର ବଜାର ଠାରେ ଦଳୀୟ ବିଜେପି କର୍ମୀ ଓ କାର୍ଯ୍ୟକର୍ତ୍ତା ମାନେ ତାଙ୍କୁ ଉଛ୍ୱସିତ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।

Leave a Reply

Your email address will not be published. Required fields are marked *