ଅଥଙ୍ଗା ସରକାରୀ ଚିନ୍ତାମଣି ସ୍ମୃତି ବାଳିକା ଉଚ୍ଚ ବିଦ୍ୟାମନ୍ଦିର: ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିଭା ମହାନ୍ତିଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା 

କଟକ ସଦର, ୩୧/୦୭/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କନ୍ଦରପୁର ପଞ୍ଚାୟତ ଅଥଙ୍ଗା ଠାରେ ଅବସ୍ଥିତ ସରକାରୀ ଚିନ୍ତାମଣି ସ୍ମୃତି ଉଚ୍ଚ ବାଳିକା ବିଦ୍ୟାମନ୍ଦିରର ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିଭା ମହାନ୍ତି ଆଜି ଶୁକ୍ରବାର ଦିନ ଅଵସର ଗ୍ରହଣ କରିବା ଅବସରରେ ତାଙ୍କ ସମ୍ମାନାର୍ଥେ ଅବସରକାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପରିସରରେ ଭାବାବେଗ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ବର୍ଷା ମିଶ୍ର ଙ୍କ ପୌରୋହିତ୍ୟ ଓ ବରିଷ୍ଠ ଶିକ୍ଷକ ବିରଞ୍ଚିନାରାୟଣ ବେହେରା ଙ୍କ ସଂଯୋଜନାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଶିକ୍ଷାବିତ ରଘୁନାଥ ସାସମଲ, ଡ଼ଃ ରବି ପ୍ରସନ୍ନ ସାହୁ, ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ଅନନ୍ତ ଚରଣ ଦେହୁରୀ, କଟକ ସଦର ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ସାଧୁ ଚରଣ ଜେନା, ସମ୍ବାଦ ର ମୁଖ୍ୟ ସହ ସଂପାଦକ ତଥା ବରିଷ୍ଠ କଥାଶିଳ୍ପୀ ଡ଼ଃ ଡ଼ଃ ଚିତ୍ତରଞ୍ଜନ ବେହେରା, ସରପଂଚ ସୁଭାଷିନୀ ରାଉତ, ସିଆରସିସି ଲିପ୍ସା ପ୍ରିୟଦର୍ଶିନୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି କମଳାକାନ୍ତ ରାଉତ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିଭା ମହାନ୍ତି ଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରିଥିଲେ।

ଏହି ଅବସରରେ ଅବସର ନେଉଥିବା ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିଭା ମହାନ୍ତି ଙ୍କୁ ଉଛ୍ୱସିତ ବିଦାୟ ସମ୍ବର୍ଦ୍ଧନା ଦିଆ ଯାଇଥିଲା ବେଳେ ବରିଷ୍ଠ ସାମ୍ବାଦିକ ବିଷ୍ଣୁ ଚରଣ ବେହେରା, ସର୍ବେଶ୍ଵର ମିଶ୍ର, ସୁକାନ୍ତ କୁମାର ବେଉରା, ପ୍ରାଧ୍ୟାପକ ଶିବ ପ୍ରସାଦ ଦତ୍ତ ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରିଚାଳନାରେ ସନ୍ତୋଷୀ ଦିଵ୍ୟଦର୍ଶିନୀ, ଲୋପାମୁଦ୍ରା ପଟ୍ଟନାୟକ,ସୋମାଲିନ୍ ସାମଲ,ରାନୀ ରୋଜାଲିନ୍ ବସନ୍ତରା, ନିରଞ୍ଜନ ବେହେରା, ଅଞ୍ଜଳି ବେହେରା ଙ୍କ ସମେତ ଆଶିଷ କୁମାର ଭୂୟାଁ, ପବିତ୍ର ମହାନ୍ତି, ଅନସୂୟା ବେହେରା,ସୁମିନା ଦଳେଇଙ୍କ ସମେତ ଦିପ୍ତିରଞ୍ଜନ ପରିଡ଼ା ପ୍ରମୁଖ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *