ପ୍ଲାଷ୍ଟିକ ମୁକ୍ତ ଭାରତ ଓ ସ୍ବଚ୍ଛତା କାର୍ଯ୍ୟକ୍ରମ

ଭୁବନ ୦୩ /୦୨/୨୦୨୬ (ଓଡ଼ିଶା ସମାଚାର )-ଭୁବନ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ପ୍ଲାଷ୍ଟିକ ମୁକ୍ତ ଭାରତ ଓ କ୍ୟାମ୍ପସ ରେ ସ୍ବଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଅଧ୍ୟକ୍ଷା ଶ୍ରୀମତୀ ସୁପ୍ତିମୟୀ ସେନ ଉଦଘାଟନ କରି ପ୍ଲାଷ୍ଟିକ ର ପରିବେଶ ପ୍ରତି କୁପ୍ରଭାବ ଓ ଭୟାବହତା ସମ୍ପର୍କରେ ଆଲୋକପାତ କରିବା ସହିତ ପ୍ଲାଷ୍ଟିକ ବର୍ଜନ କରିବା ପାଇଁ ଛାତ୍ରୀ ମାନଙ୍କୁ ଆହ୍ବାନ ଦେଇଥିଲେ। ପ୍ରୋଗ୍ରାମ ଅଫିସର ଅଧ୍ୟାପକ ସୁଧାଂଶୁ ଶେଖର ବେହେରା ଙ୍କ ତତ୍ତ୍ଵାବଧାନରେ ଛାତ୍ରୀ ମାନେ କଲେଜ ପରିସରରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ପ୍ଲାଷ୍ଟିକ ବର୍ଜନ ପାଇଁ ଜନ ସାଧାରଣଙ୍କୁ ସଚେତନ କରିଥିଲେ। ଏଥିରେ ଅଧ୍ୟାପକ ସୁଧାଂଶୁ ଶେଖର ଓଝା ଙ୍କ ସମେତ ରେଡକ୍ରସ କାଉନସେଲର ନମିତା ଦ୍ବିବେଦୀ,ବିଜୟ କୁମାର ପୃଷ୍ଟି ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ । ପ୍ରଥମେ ଛାତ୍ରୀ ମାନେ କଲେଜ ପରିସରରେ ଅଳିଆ ଆବର୍ଜ୍ଜନା ସବୁ ସଫା କରିଥିଲେ ।

Leave a Reply

Your email address will not be published. Required fields are marked *