କଟକ ସଦର,୦୪/୦୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା)- କଟକ ସଦର ଅନ୍ତର୍ଗତ କିଶନନଗର ଠାରେ ଥିବା ଅଗ୍ରଣୀ ଆଞ୍ଚଳିକ କଳା ଓ କ୍ରିଡ଼ା ଆସୋସିଏସନ୍ (ଆକା) ପକ୍ଷରୁ ଆଜି (ଶନିବାର ଦିନ) କିଶନନଗର ଖେଳ ପଡ଼ିଆରେ ତୃତୀୟ ବାର୍ଷିକ ଚାରିଦିନିଆ ସାରା ଓଡିଶା ‘ଆକା’ଆମେଚର କ୍ରିକେଟ୍ କପ୍ ଟୁର୍ଣ୍ଣାମେଣ୍ଟ ୨୦୨୫ ଉଦଘାଟିତ ହୋଇଛି। ଟୁର୍ଣ୍ଣାମେଣ୍ଟକୁ କିଶନନଗର ସରପଂଚ, କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀଙ୍କ ଭାଉଜ ତଥା ଉତ୍କଳ ବିକାଶ ପରିଷଦ ର ସଭାପତି ଇଂ ପ୍ରଭାତ କୁମାର ସେଠୀଙ୍କ ପତ୍ନୀ ସୁଜାତା ସେଠୀ ଉଦଘାଟନ କରିଥିବା ବେଳେ ଏଥିରେ ଶିକ୍ଷାବିତ ପ୍ରଦୀପ୍ତ କୁମାର ଆଚାର୍ଯ୍ୟ, କ୍ରିଡ଼ାଵିତ୍ ମହମ୍ମଦ ଅଵୁ ବକର ଯୋଗ ଦେଇଥିଲେ। ଆଜିର ଉଦଘାଟନୀ ମ୍ୟାଚ ଢେଙ୍କାନାଳ ଲକ୍ଷ୍ମଣ-୧୧ ବନାମ ଜଗତସିଂହପୁର ଏମ୍ ଏସ୍ ଏମ୍ ଷ୍ପୋଟିଙ୍ଗ୍ ଏଵଂ ଭଦ୍ରକ ଇମେଜ-୧୧ ବନାମ ସାଲେପୁର ଏମ୍ ବି ସି ମଧ୍ୟରେ ହୋଇଥିଲା। ସେହିପରି ଉଭୟ ଦଳର ବିଜେତା ମାନଙ୍କ ମଧ୍ୟରେ ପ୍ରଥମ କ୍ୱାର୍ଟର ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ଭଦ୍ରକ ଇମେଜ-୧୧ ସେମିଫାଇନାଲରେ ପ୍ରଵେଶ କରିଛି। କାର୍ଯ୍ୟକ୍ରମ ପରିଚାଳନାରେ ଆକା ର ସଭାପତି ଇଂ ଦେବବ୍ରତ ପାତ୍ର ଙ୍କ ସମେତ ସମସ୍ତ ସଦସ୍ୟ ସହାୟତା କରିଥିଲେ। ଆସନ୍ତା ୯ ତାରିଖ ଦିନ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇ ଉଦଯାପିତ ହେବ ବୋଲି ଆୟୋଜକ ମାନଙ୍କ ପକ୍ଷରୁ ଜଣାପଡିଛି।
କିଶନନଗର ଠାରେ ତୃତୀୟ ବାର୍ଷିକ ସାରା ଓଡିଶା ‘ଆକା’ ଆମେଚର କ୍ରିକେଟ୍ କପ୍-୨୦୨୫ ଉଦଘାଟିତ
