ଚାରି ଦିନ ପରେ ଜଗତସିଂହପୁରକୁ ଗାଡ଼ି ଚଳାଚଳ ସ୍ୱାଭାବିକ ହେଲା
କଟକ ସଦର ,୨୯/୦୭/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କନ୍ଦରପୁର ଲେଵୁଲକ୍ରସିଂ ଠାରେ ବର୍ଷା ପାଣିରେ ୫୫ ନମ୍ବର ଜାତୀୟ ରାଜପଥରେ ଘାଇ ହୋଇଥିବା ଯୋଗୁ ଜଗତସିଂହପୁର ସଦର ମହକୁମା କୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଏନ୍ ଏଚ୍ ଏ ଆଇ ର ତତ୍ପରତା ଏଵଂ ଏଆରଏସଏସ ଠିକା ସଂସ୍ଥାର ନିରବଚ୍ଛିନ୍ନ ଉଦ୍ୟମ ଫଳରେ ଘାଇ ମରାମତି ଶେଷ ହେବା ପରେ ଆଜି ବୁଧବାର ସକାଳୁ ଚାରିଦିନ ପରେ ଜଗତସିଂହପୁର କୁ ଗାଡ଼ି ମଟର ଚଳାଚଳ ସ୍ବାଭାବିକ ହୋଇଥିବା ଜଣାପଡ଼ିଛି।
ସେହିପରି ଘାଇ ମରାମତି କରି ରାସ୍ତାରେ ଗାଡ଼ି ମଟର ଚଳାଚଳ ପାଇଁ ଆୟତପୁର ସରପଂଚ ରାକେଶ ବେହେର ସବୁ ସମୟରେ ଘଟଣା ସ୍ଥଳରେ ରହି ନିରନ୍ତର ଉଦ୍ୟମ ଜାରି ରଖିଵା ସହିତ ଉଦଵୃତ୍ତ ଜଳ ନିଷ୍କାସନ ସମସ୍ୟା ର ସମାଧାନ ପାଇଁ ଆଠଦିନ ମଧ୍ୟରେ ଦୁଇଥର ଅନଶନ କରି ଜନସାଧାରଣଙ୍କ ପ୍ରଶଂସାର ପାତ୍ର ହୋଇପାରିଥିଵା ଜଣାପଡିଛି।
