ତେଲଦିଆ ହାଇସ୍କୁଲ ‘ଗୋଦାଵରିଶ ଆଦର୍ଶ ବିଦ୍ୟାଳୟ’ କୁ ରୁପାନ୍ତରିତ ହେବ

ଭିତ୍ତିଭୂମି ତଦାରଖ କଲେ ଜିଲ୍ଲାପାଳ

କଟକ ସଦର ,୨୯/୦୭/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ସୋମପୁର ପଞ୍ଚାୟତରେ ଥିବା ତେଲଦିଆ ସରକାରୀ ହାଇସ୍କୁଲ କୁ ଆବଶ୍ୟକତା ଦୃଷ୍ଟିରୁ ସରକାରଙ୍କ ପକ୍ଷରୁ ‘ଗୋଦାଵରିଶ ଆଦର୍ଶ ବିଦ୍ୟାଳୟ’ରେ ରୁପାନ୍ତର କରାଯିବାକୁ ପ୍ରସ୍ତାବ ଗୃହୀତ ହୋଇଥିବା ଜଣାପଡିଛି। ଏହି ରୁପାନ୍ତରରେ ୩ କୋଟି ୯୫ ଲକ୍ଷ ୪ ହଜାର ଟଙ୍କା ର ଅନୁଦାନ ଖର୍ଚ୍ଚ ହେବାକୁ ଥିବା ବେଳେ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେଵ୍ ସିନ୍ଧେ ଇତିମଧ୍ୟରେ ଏହାର ଭିତିଭୂମି ତଦାରଖ କରି ଫେରି ଯାଇଥିବା ଜଣାପଡିଛି।

ଏଥିପାଇଁ ୫ ଏକର ଜମିର ଆବଶ୍ୟକତା ଥିବା ବେଳେ ସ୍କୁଲ ନାମରେ ସୁକ ପାଇକା କୂଳରେ ଥିବା ଖେଳ ପଡିଆ ଏହାର ନିୟଣ୍ଟ ପୂରଣ କରିବ ବୋଲି ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ସ୍ଥାନୀୟ ଅଞ୍ଚଳରେ ବୁଦ୍ଧିଜୀବୀ, ଅଭିଭାବକ, ପୁରାତନ ଛାତ୍ର ଛାତ୍ରୀ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

ଜିଲ୍ଲାପାଳଙ୍କ ତଦାରଖ ସମୟରେ କିଶନନଗର ତହସିଲଦାର କ୍ଷିରୋଦ କୁମାର ଦାଶ, ଜିଲ୍ଲା ଶିକ୍ଷା ଅଧିକାରୀ ନିତ୍ୟାନନ୍ଦ ବାରିକ,ଏଵିଓ ଅନନ୍ତ ଚରଣ ଦେହୁରୀ, ସିଆରସିସି ଅର୍ପିତା ମିଶ୍ର, ପୂର୍ବତନ ସିଆରସିସି ଅବଦୁଲ ଵୁରାହାନ, ପ୍ରଧାନ ଶିକ୍ଷୟିତ୍ରୀ ନିହାରିକା ପ୍ରିୟଦର୍ଶିନୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *