ଆନ୍ଦୋଳନ ପାଇଁ ବୁଣାକାର ମହାସଂଘର ପ୍ରସ୍ତୁତି ବୈଠକ

ଭୁବନେଶ୍ୱର, ୨୮/୦୭/୨୦୨୬ (ଓଡ଼ିଶା ସମାଚାର)-ଆଜି ୟୁନିଟ୍-୩, ଖାରବେଳନଗର, ଭୁବନେଶ୍ୱରସ୍ଥ ଗାୟତ୍ରୀ ହୋଟେଲ ସମ୍ମିଳନୀ କକ୍ଷରେ ଓଡ଼ିଶା ବୁଣାକାର ମହାସଂଘ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ପ୍ରସ୍ତୁତି ବୈଠକରେ ବୁଣାକାରମାନଙ୍କର ବିଭିନ୍ନ ସମସ୍ୟା ଯଥା- ମାସିକ ଭତା, ଜୀବନ ବୀମା, ସରକାରଙ୍କ ପକ୍ଷରୁ ମଜୁରୀ ସହାୟତା, ହସ୍ତତନ୍ତ ବସ୍ତ୍ରରୁ ଜିଏସଟି ପ୍ରତ୍ୟାହାର ଦାବିରେ ଅଗଷ୍ଟ ମାସରେ ଭୁବନେଶ୍ୱରଠାରେ ଏକ ବୁଣାକାର ସମାବେଶ କରାଯାଇ ମୁଖ୍ୟମନ୍ତ୍ରୀଙ୍କୁ ଏ ସମ୍ପର୍କରେ ଏକ ଦାବିପତ୍ର ଦିଆଯିବା ପାଇଁ ବୈଠକରେ ସ୍ଥିର କରାଗଲା ।

ଏହି ସମାବେଶରେ ରାଜ୍ୟର ବିଭିନ୍ନ ବୟନ ମଣ୍ଡଳରୁ ଶତାଧିକ ମହିଳା ଓ ପୁରୁଷ ବୁଣାକାରମାନେ ଯୋଗଦାନ କରିବାକୁ ନିଷ୍ପତି ନିଆଗଲା । ଏହି ପ୍ରସ୍ତୁତି ବୈଠକରେ ମହାସଂଘର ସଭାପତି ଶ୍ରୀଧର ବେହେରାଙ୍କ ସମେତ ଉପସଭାପତି ସଂଜୟ କୁମାର ମେହେର, କିଶୋର ଚନ୍ଦ୍ର ଦାସ, ଶ୍ରୀକାନ୍ତ ନାୟକ, ସାଧାରଣ ସମ୍ପାଦକ ନିତ୍ୟାନନ୍ଦ ମେହେର, ସମ୍ପାଦକ ପ୍ରତାପ ଚନ୍ଦ୍ର ଦାସ, କାର୍ଯ୍ୟକାରୀ କମିଟି ସଦସ୍ୟ ଧୃବଚରଣ ଦାସ, ଗୋବିନ୍ଦ ଦାସ, ରାଜେନ୍ଦ୍ର ନାରାୟଣ ବେହେରା, ରମେଶ ସିଂହ, ରବୀନ୍ଦ୍ର ଦାସ, ପ୍ରଦୀପ କୁମାର ଦାସ, ଆଇନ୍ ପରାମର୍ଶଦାତା ବିଜୟ କୁମାର ବେହେରା ପ୍ରମୁଖ ଯୋଗଦାନ କରିଥିଲେ ।

Leave a Reply

Your email address will not be published. Required fields are marked *