ମହାନଦୀରେ ବନ୍ୟାଜଳକୁ ଦୃଷ୍ଟିରେ ରଖି କଟକ ଜିଲ୍ଲାପ୍ରଶାସନ ପକ୍ଷରୁ ସତର୍କତା ଜାରି 

କଟକ ସଦର ,୨୮/୦୭/୨୦୨୬ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): ମହାନଦୀର ବନ୍ୟାଜଳ ବୃଦ୍ଧି ଓ ସାଧାରଣ ଜନତାଙ୍କ ଜୀବନ ସୁରକ୍ଷା ସହ ତଳିଆ ଅଞ୍ଚଳରେ ଵନ୍ୟା ବିପଦକୁ ଦୃଷ୍ଟିରେ ରଖି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେଵ୍ ସିନ୍ଧେ ଆଜି ମଙ୍ଗଳବାର ଦିନ ନିର୍ଦେଶନାମା ଜାରି କରିଛନ୍ତି।

ବିପର୍ଯ୍ୟୟ ପରିଚାଳନା ଆଇନ୍ ୨୦୦୫ ର  ଧାରା-୩୪ ଅନୁଯାୟୀ ଗୁରୁତ୍ୱପୂର୍ଣ୍ଣ କଟକଣା ଜାରି କରାଯାଇଛି। ଜାରି ହୋଇଥିବା ଆଦେଶ ଅନୁଯାୟୀ ମହାନଦୀ ଓ ଏହାର ଶାଖା ନଦୀ ଗୁଡ଼ିକରେ ସମସ୍ତ ଘାଟକୁ ସାଧାରଣ ଲୋକଙ୍କ ପ୍ରବେଶ ସମ୍ପୂର୍ଣ୍ଣ ରୂପେ ନିଷିଦ୍ଧ କରାଯାଇଛି। ନଦୀରେ ଗାଧୋଇବା,ପହଂରିଵା,ଡଙ୍ଗା ଚଳାଇବା,ମାଛ ଧରିବା,ସେଲ୍ଫି ନେବା କିମ୍ବା ନଦୀ କୂଳ ଓ ଵ୍ୟାରେଜ ନିକଟରେ ରହିବା ଉପରେ କଟକଣା ଜାରି କରାଯାଇଛି।

Leave a Reply

Your email address will not be published. Required fields are marked *