ଭୁବନେଶ୍ୱର, ୨୮/୦୭/୨୦୨୬ (ଓଡ଼ିଶା ସମାଚାର)- ଲାୟନ୍ସ ଜିଲା ୩୨୨ସି୪ର ସର୍ବବୃହତ୍ ଏବଂ ସର୍ବାଧିକ ସକ୍ରିୟ କ୍ଲବମାନଙ୍କ ମଧ୍ରରୁ ଅନ୍ୟତମ ଲାୟନ୍ସ କ୍ଲବ ଭୁବନେଶ୍ୱର ନୟାପଲ୍ଲୀ ପକ୍ଷରୁ ଲାୟନ ବର୍ଷ ପାଇଁ ଇନଷ୍ଟଲେସନ କମ୍ ଇଣ୍ଡକ୍ସନ ସମାରୋହ ଭୁବନେଶ୍ୱରସ୍ଥିତ ହୋଟେଲ ଏଚ୍ଏଚ୍ଆଇଠାରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲାର ବିଭିନ୍ନ କ୍ଲବରୁ ୧୫୦ରୁ ଅଧିକ ଲାୟନ୍ସ ସଦସ୍ୟ ଯୋଗ ଦେଇଥିଲେ ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଲାୟନ ଡ. ବିନୋଦ କୁମାର ଲାଡ଼ିଆ, ପିଏମଜେଏଫ୍, ପୂର୍ବତନ ଆନ୍ତର୍ଜାତୀୟ ନିର୍ଦେଶକ (ପିଆଇଡ଼ି) ଲାୟନ୍ସ ଇରନ୍ୟାସନାଲ (ଉଦୟପୁର) ଉପସ୍ଥିତ ରହି ଆଗାମୀ ବର୍ଷ ପାଇଁ ନୂତନ ପଦାଧିକାରୀଙ୍କୁ ର୍ଚାରିକ ଭାବରେ ଦାୟିତ୍ୱ ପ୍ରଦାନ କରିଥିଲେ । ନିଜ ଅଭିଭାଷଣରେ ସେ ଲାୟନିଜ୍ମ୍ ର ଆଦର୍ଶକୁ ଅକ୍ଷୁର୍ଣ୍ଣ ରଖି ବନ୍ଧୁତ୍ୱ, ନେତୃତ୍ୱ ଓ ସମାଜସେବାକୁ ଆହୁରି ସୁଦୃଢ କରିବାକୁ ଆହ୍ୱାନ କରିଥିଲେ ଏବଂ ୨୦୦ରୁ ଅଧିକ ଦେଶରେ ୧୪ଲକ୍ଷରୁ ଅଧିକ ସଦସ୍ୟ ବିଶିଷ୍ଟ ବିଶ୍ୱର ସର୍ବବୃହତ୍ ସେବା ସଂଗଠନର ଅଂଶ ହୋଇଥିବାରୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ ।
କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ଲାୟନ ଇଂ ଅଶ୍ୱିନୀ ଦାଶ, ଏମଜେଏଫ୍, ଜିଲା ଗଭର୍ଣ୍ଣର ଡିଷ୍ଟି୍ରକ୍ଟ ୩୨୨ସି୪ । ସେ ଲାୟନ୍ସ କ୍ଲବ ଭୁବନେଶ୍ୱର ନୟାପଲ୍ଲୀର ଉଲ୍ଲେଖନୀୟ ସଦସ୍ୟ ବୃଦ୍ଧି ଏବଂ ସେବା କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ । ଲାୟନ ଅମିତା ଜେନା, ପିଏମଜେଏଫ୍, ପୂର୍ବତନ ଜିଲା ଗଭର୍ଣ୍ଣର ଡିଷ୍ଟି୍ରକ୍ଟ ୩୨୨ସି୪, ସମ୍ମାନିତ ଅତିଥି ତଥା ଇଣ୍ଡକ୍ସନ ଅଫିସର ଭାବେ ୨୩ଜଣ ନୂତନ ସଦସ୍ୟଙ୍କୁ ଲାୟନ ପରିବାରରେ ସାମିଲ୍ କରାଇଥିଲେ । କାର୍ଯ୍ୟକ୍ରମରେ ଜୋନ ଚେୟାରପର୍ସନ ଲାୟନ ଇପ୍ସିତା ପାଣିଗ୍ରାହୀ, ଏମଜେଏଫ ରିଜିଅନ ଚେୟାରପର୍ସନ ଲାୟନ ସୁରଭୀ ଦାଶ, ଏମଜେଏଫ୍, ଅନେକ ପୂର୍ବତନ ଜିଲା ଗଭର୍ଣ୍ଣର, ବରିଷ୍ଠ ଲାୟନ୍ସ ନେତୃବୃନ୍ଦ, ବିଶିଷ୍ଟ ଅତିଥି ଏବଂ ଡିଷ୍ଟି୍ରକ୍ଟ ୩୨୨ସି୪ର ବିଭିନ୍ନ କ୍ଲବର ସଦସ୍ୟମାନେ ଉପସ୍ଥିତ ଥିଲେ ।
ନବନିର୍ବାଚିତ ସଭାପତି ଲାୟନ ସୁବ୍ରତ ଶତପଥୀ, ଏମଜେଏଫ ନୂତନ ଲାୟନ ବର୍ଷରେ ପ୍ରଭାବଶାଳୀ ସେବାକାର୍ଯ୍ୟ ବିସ୍ତାର ପାଇଁ କ୍ଲବର ପ୍ରତିବଦ୍ଧତା ଦୋହରାଇଥିଲେ । ସମ୍ପାଦକ ଲାୟନ ପ୍ରତିକ ମହାପାତ୍ର ପୂର୍ବବର୍ଷର ସଫଳତା ଓ ସେବାକାର୍ଯ୍ୟର ବିବରଣୀ ଉପସ୍ଥାପନ କରିଥିଲେ । ସନ୍ଧ୍ୟାର ଅନ୍ୟତମ ଆକର୍ଷଣ ଥିଲା କ୍ଲବର ଅଫିସିଆଲ ୱେବସାଇଟ www.lionsnayapalli.in ଉନ୍ମୋଚନ ର ଉନ୍ମୋଚନ । ଏଥିସହ ଲାୟନ ବର୍ଷ ୨୦୨୫-୨୬ ପାଇଁ ଆଚିଭର୍ସ ଆୱାର୍ଡ଼ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଏ.କେ. ଶାରଦା କହିଲେ ଯେ, ‘ସର୍ଭିିସ କମୁ୍ୟନିଟ ଟୁଗେଦର’ ଆଦର୍ଶକୁ ନେଇ ଲାୟନ୍ସ କ୍ଲବ ଭୁବନେଶ୍ୱର ନୟାପଲ୍ଲୀ ତାହାର ସ୍ମରଣୀୟ ଯାତ୍ରାକୁ ଆଗେଇ ଚାଲିଛି ।
