କଟକ ସଦର,୨୮/୦୭/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ମୁଷଳ ବର୍ଷା ଯୋଗୁଁ ୫୫ ନମ୍ବର ଜାତୀୟ ରାଜପଥର କନ୍ଦରପୁର ଲେଵୁଲକ୍ରସିଂ ନିକଟରେ ଘାଇ ହୋଇଥିବା ରୁ କଟକ ରୁ ଜଗତସିଂହପୁର ଜିଲ୍ଲା ସଦର ମହକୁମା କୁ ଆଜକୁ ତିନି ଦିନ ହେଲା ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଘାଇ ମରାମତି ପାଇଁ ଏଆରଆରଏସ ଠିକା ସଂସ୍ଥା ସବୁ ପ୍ରକାର ସାଜ ସରଞ୍ଜାମ ଧରି ଘାଇ ସ୍ଥାନରେ ମହଯୁଦ ରହି ଥିବା ବେଳେ ପାଣିର ପ୍ରଖର ସୁଅ ଏଥିରେ ବାଧକ ସାଜିଛି।
ଏପଟେ ଉପର ମୁଣ୍ଡରେ ଥିବା ଅତ୍ୟଧିକ ବର୍ଷା ଜଳ ନିଷ୍କାସନ ସଫେଇ ରେ ନିଷ୍କାସନ ହେବାକୁ ଆହୁରି ଦୁଇ ତିନି ଦିନ ଲାଗି ପାରେ ବୋଲି ଅନୁମାନ କରାଯାଉଛି। ସେପଟେ ଏହି ପାଣି ତଳମୁଣ୍ଡର ରଘୁନାଥପୁର ଅଞ୍ଚଳରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି।
ଯାହାଫଳରେ ଲୋକମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିବା ଜଣାପଡିଛି। ସେହିପରି କିଶନନଗର ଅଞ୍ଚଳର ଵାରାହାପାଟ ଗହୀର ଏବେ ବର୍ଷା ପାଣି ରେ ଚିଲିକାର ଭ୍ରମ ସୃଷ୍ଟି କରିଛି। ଏବେ ବର୍ଷା ଯୋଗୁଁ ଯଦିଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ତେବେ ଆଗାମୀ ଦିନ ପାଇଁ ଏବେ ଠାରୁ ଚିନ୍ତା କରାନଯାଏ ତେବେ ପରିସ୍ଥିତି ଆହୁରି ଅଣାୟତ୍ତ ହେବା ସମ୍ଭାବନା କୁ ଏଡେଇ ଦେଇ ହେବ ନାହିଁ ବୋଲି ସାଧାରଣରେ ମତପ୍ରକାଶ ପାଉଛି।
