ଭୁବନେଶ୍ୱର,୦୪/୦୩/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ମାର୍ଚ୍ଚ ୫ (ବୁଧବାର) ସନ୍ଧ୍ୟାରେ ଜୟଦେବ ଭବନରେ ରାଜ୍ୟସ୍ତରୀୟ ବିଜୁ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହେବ । ୨୦୨୦ ମସିହା ପରଠାରୁ ମାର୍ଚ୍ଚ ୫ ତାରିଖକୁ ବିଜୁ ଜୟନ୍ତୀକୁ ପଂଚାୟତିରାଜ ଦିବସ ଭାବେ ପାଳନ କରାଯାଉଥିଲା । କିନ୍ତୁ ଚଳିତ ବର୍ଷ ରାଜ୍ୟ ସରକାର ମାର୍ଚ୍ଚ ୫ ପରିବର୍ତେ ଏପ୍ରିଲ ୨୪କୁ ପଂଚାୟତିରାଜ ଦିବସ ଭାବେ ପାଳନ କରିବାକୁ ନିଷ୍ପତିି ନେବା ପରେ ମାର୍ଚ୍ଚ ୫ ରେ କେବଳ ବିଜୁ ଜୟନ୍ତୀ ଉତ୍ସବ ପାଳନ କରାଯିବ ।
ବୁଧବାର ହେବାକୁ ଥିବା କାର୍ଯ୍ୟକ୍ରମରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପୁଅ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କୁ ବିଶିଷ୍ଟ ଅତିଥି ଭାବେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିମନ୍ତ୍ରଣ କରିଛନ୍ତି । ଏକ ପତ୍ର ଜରିଆରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ, ନବୀନଙ୍କୁ ସନ୍ଧ୍ୟା ୭ଟା ସମୟରେ ଭୁବନେଶ୍ୱର ଜୟଦେବ ଭବନ ଆସିବାକୁ ଅନୁରୋଧ କରିଥିବା ଜଣାପଡିଛି ।