କେନ୍ଦ୍ରାପଡ଼ା,୨୬/୦୭/୨୦୨୬ (ଓଡ଼ିଶା ସମାଚାର)-ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ସୋମବାର କେନ୍ଦ୍ରାପଡ଼ା ଜିଲାର ସମସ୍ତ ବିଦ୍ୟାଳୟ ବନ୍ଦ୍ ରହିବ ବୋଲି ଜିଲାପାଳ ରଘୁରାମ ଆର. ଆୟର ନିର୍ଦେଶ ଦେଇଛନ୍ତି ।
ଏହି ନର୍ଦେଶରେ ଉଲ୍ଲେଖ ରହିଛି ଯେ ବେଙ୍ଗାପସାଗରର ଉତର ପଶ୍ଚିମରେ ଲଘୁଚାପ ଘନୀଭୂତ ହୋଇଥିବାରୁ ବିଭିନ୍ନ ସ୍ଥାନ ସମେତ କେନ୍ଦ୍ରାପଡ଼ା ଜିଲାରେ ଲଗାଣ ବର୍ଷା ଲାଗି ରହିଥିବା ବେଳେ ଆଗାମୀ କାଲି ସୋମବାର ପ୍ରବଳରେୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ସୃଷ୍ଟି ହୋଇଛି ।
ଏହାଦ୍ୱାରା ପିଲାମାନେ ବିଦ୍ୟାଳୟକୁ ଆସିବାରେ ବ୍ୟାଘାତ ସୃଷ୍ଟି ହେବ । ତେଣୁ ଜିଲାରେ ଥିବା ସମସ୍ତ ସରକାରୀ, ବେସରକାରୀ, ଅନୁଦାନପ୍ରାପ୍ତ, ପ୍ରାଥମିକ, ଉଚ୍ଚମାଧ୍ୟମିକ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଜବାହର ନବୋଦ୍ୱୟ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ, ଅଙ୍ଗନବାଡି ପ୍ରମୁଖ ବନ୍ଦ ରହିବ । ଏ ନେଇ ଜିଲା ପ୍ରଶାସନ ପକ୍ଷରୁ ନିର୍ଦେଶ ଦିଆଯାଇଥିବା ଜିଲା ଶିକ୍ଷାଧିକାରୀ ପବିତ୍ରମୋହନ ବାରିକ ସୂଚନା ଦେଇଛନ୍ତିି ।
