ବିଭୁତି ମହାପାତ୍ର ହେଲେ ରାଜ୍ୟ ଛାତ୍ରକଂଗ୍ରେସ ସଭାପତି

କେନ୍ଦ୍ରାପଡ଼ା,୨୬/୦୭/୨୦୨୬ (ଓଡ଼ିଶା ସମାଚାର)- ବିଭୁତି ଭୂଷଣ ମହାପାତ୍ରଙ୍କୁ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ଅଖିଳ ଭାରତ କଂଗ୍ରେସ କମିଟି ସଭାପତି ମଲ୍ଲିକାର୍ଜ୍ଜୁନ ଖଡଗେଙ୍କ ଅନୁମୋଦନ କ୍ରମେ ବିଭୁତିଙ୍କୁ ଏ.ଆଇ.ସି.ସି. ସାଧାରଣ ସମ୍ପାଦକ ତଥା ଏମପି କେ.ସି. ଭେନୁଗୋପାଳ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି ।

ବିଭୁତି ହେଉଛନ୍ତି କେନ୍ଦ୍ରାପଡା ଜିଲାର ଡେରାବିଶ ବ୍ଲକ ଅଧିନ ପଲେଇ ଗ୍ରାମର ଆଇନଜୀବୀ ବିଧୁଭୂଷଣ ମହାପାତ୍ରଙ୍କ ପୁତ୍ର । ବିଭୁତି କଲେଜ ଜୀବନରୁ ଜଣେ ଛାତ୍ରନେତା ଭାବେ ଅତ୍ୟନ୍ତ ନିଷ୍ଠାର ସହିତ କାର୍ଯ୍ୟ କରିଆସିଛନ୍ତି । ଏହି ନିଯୁକ୍ତି ନିମନ୍ତେ ବିଭୁତି ଏ.ଆଇ.ସି.ସି. ସଭାପତି ଶ୍ରୀ ଖଡଗେ, ସମ୍ପାଦକ ଶ୍ରୀ ଭେନୁଗୋପାଲ, ପିସିସି ସଭାପତି ଭକ୍ତ ଚରଣ ଦାସ ପ୍ରମୁଖଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଏହି ନିଯୁକ୍ତି ନେଇ ବିଭୁତିଙ୍କୁ ପିସିସି କୋଷାଧ୍ୟକ୍ଷ ଇଂ ସିଦ୍ଧାର୍ଥସ୍ୱରୂପ ଦାଶ, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ପୂର୍ବତନ ବିଧାୟିକା ଡ. ସିପ୍ରା ମଲ୍ଲିକ, ବରିଷ୍ଠ କଂଗ୍ରେସ ନେତା ଫକୀର ଚରଣ ଖଟୁଆ, ରତିକାନ୍ତ କାନୁନଗୋ, ବସନ୍ତ ସେଠୀ, ଅଶୋକ ମୋହନ ଜେନା, ବିଧାନ ଚନ୍ଦ୍ର ସାମଲ, ରଶ୍ମିରଞ୍ଜନ ପଣ୍ଡା, ଭାଗିରଥି ଜେନା, ବେଣୁଧର ସାହୁ, ରାଜ୍ୟ କିଷାନ କଂଗ୍ରେସ ପ୍ରଚାର ସଦସ୍ୟ ହିମାଂଶୁ ଭୂଷଣ ନନ୍ଦ ପ୍ରମୁଖ ଶୁଭେଛା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *