ମହେଶ କର ଫାଉଣ୍ଡେସନ ପକ୍ଷରୁ ରଥଦାଣ୍ଡରେ ବିସ୍କୁଟ ଓ ପାନୀୟ ଜଳ ବଂଟନ

କେନ୍ଦ୍ରାପଡ଼ା,୨୬/୦୭/୨୦୨୬ (ଓଡ଼ିଶା ସମାଚାର)-ପବିତ୍ର ବାହୁଡ଼ା ଯାତ୍ରା ଅବସରରେ କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ରଥଦାଣ୍ଡରେ ମହେଶ କର ଫାଉଣ୍ଡେସନ ପକ୍ଷରୁ ପାନୀୟ ଜଳ ଓ ବିସ୍କୁଟ ବଂଟନ କରାଯାଇଛି ।

ଫାଉଣ୍ଡେସନର ଉପଦେଷ୍ଟା ତଥା ମୃଖ୍ୟ ପୃଷ୍ଟପୋଷକ ପ୍ରଦୀପ କୁମାର ମହାନ୍ତି ଙ୍କ ଉପସ୍ଥିତିରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭକ୍ତ ମାନଙ୍କୁ ପାଣି ବୋତଲ ଓ ବିସ୍କୁଟ ପ୍ୟାକେଟ ବଂଟା ଯାଇଥିଲା ।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଭାଗିରଥି ଜେନା, ସମାଜସେବୀ ଦେବେନ୍ଦ୍ର ଦାସ, ପ୍ରମୋଦ ମହାପାତ୍ର ଓ ସାମ୍ବାଦିକ ମୁକ୍ତେଶ୍ୱର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଫାଉଣ୍ଡେନର ଟ୍ରଷ୍ଟି ତଥା ସ୍ୱର୍ଗତ କରଙ୍କ ସୁପୁତ୍ର ହିଂମାଶୁ ଭୂଷଣ କର ଆଭାସୀ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *