ଭୁବନେଶ୍ୱର ୨୪/୦୯/୨୦୨୫ (ଓଡ଼ିଶା ସମାଚାର)- ଉପର ମୁଣ୍ଡରେ ବର୍ଷା ଓ ତଳ ମୁଣ୍ଡରେ ବର୍ଷା ଯୋଗୁଁ ମହାନଦୀ ଫୁଲିବାରେ ଲାଗିଛି । ପୁଣି ଲଘୁଚାପ ଲାଗ ଲାଗ ଆସିବ ବୋଲି ପାଣିପାଗ ବିଭାଗ କହୁଛି. । ଏହାକୁ ନେଇ ମହାନଦୀ ଅବବାହିକା ଅଂଚଳ ଲୋକଙ୍କ ଭିତରେ ଆତଙ୍କ ଖେଳି ଯାଇଛି. । ଏହାକୁ ଦୃଷ୍ଟିରେ ରଖି ବନ୍ୟା ମୁକାବିଲା ପାଇଁ ନିଜେ ମୁଖ୍ୟମନ୍ତ୍ରୀ ଉଚ୍ଚ ସ୍ତରୀୟ ବୈଠକ ଡାକିବାକୁ ଓଡ଼ିଆ ଅସ୍ମିତା ପରିଷଦର ଆବାହକ ରବି ବେହେରା ଦାବି କରିଛନ୍ତି ।
ମହାନଦୀରେ ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଉଚ୍ଚସ୍ତରୀୟ ବୈଠକ ଡାକନ୍ତୁ ମୁଖ୍ୟମନ୍ତ୍ରୀ
