ଭୁବନେଶ୍ୱର,୨୬/୦୭/୨୦୨୬ (ଓଡ଼ିଶା ସମାଚାର)- ସ୍ଥାନୀୟ ବୁଦ୍ଧମନ୍ଦିର ପରିସରରେ ଓଡିଶା ଉଦ୍ୟୋଗୀ ପରିବାରର ମାସିକ ସମୀକ୍ଷା ବୈଠକ ଅଧ୍ୟକ୍ଷ, ଉଦ୍ୟୋଗୀ ଶିବ ନାରାୟଣ ମିଶ୍ରଙ୍କ ସଭାପତିତ୍ବ ଓ ମନୋଜ କୁମାର ବାରିକଙ୍କ ସଂଯୋଜନାରେ ସ୍ଥାନୀୟ ବୁଦ୍ଧମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ କାରଗିଲ ବିଜୟ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରା ଯାଇଥିଲା ।
ବରିଷ୍ଠ ଉଦ୍ୟୋଗୀ ଅମୀୟ କୁମାର ମିଶ୍ର ଉଦ୍ୟୋଗୀଙ୍କ ବିଭିନ୍ନ ସମସ୍ୟା, ସମାଧାନ ତଥା କିପରି ନୂତନ ଉଦ୍ୟୋଗୀ ମାନେ ଆଧୁନିକ ଜ୍ଞାନ କୌଶଳ ପ୍ରୟୋଗକରି ସେମାନଙ୍କ ଉଦ୍ୟୋଗ କୁ ବୃଦ୍ଧି କରିବା ସହିତ ଅନ୍ୟ ଅତିଥି ମାନେ ରାଷ୍ଟ୍ରପାଇଁ ନିଜର ଶ୍ରେଷ୍ଠ ଯୋଗଦାନ ଦେଇ ପାରିବେ ତାହା ଉପରେ ଆଲୋକପାତ କରାଯାଇଥିଲା । ଉଦ୍ୟୋଗୀଙ୍କ ସମ୍ମାନ, ସୁରକ୍ଷା ସମୃଦ୍ଧି ଉପରେ ଅଧ୍ୟକ୍ଷ ଶ୍ରୀ ଯୁକ୍ତ ମିଶ୍ର ଗୁରୁତ୍ୱାରୋପ ସହ ପ୍ରତି ଉଦ୍ୟୋଗୀ ଜଣେ ଜଣେ ରାଷ୍ଟ୍ର ନିର୍ମାତା ବୋଲି ମତ ବ୍ୟକ୍ତ କରିଥିଲେ । ବିଭିନ୍ନ ସ୍ଥାନରୁ ଉଦ୍ୟୋଗୀ ମାନେ ଆସି ନିଜନିଜ ବକ୍ତବ୍ୟ ରଖିବା ସହିତ ବିଭିନ୍ନ ସମସ୍ୟା ଓ ସମାଧାନ ଉପରେ ନିଜନିଜ ମତରଖିଥିଲେ ।
ପରସ୍ପର ସାହାଯ୍ୟ ସହଯୋଗ ସହିତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ରାଷ୍ଟ୍ର ନିର୍ମାଣ କାର୍ଯ୍ୟକ୍ରମକୁ ସଫଳ ଭାବେ ଉଦ୍ୟୋଗୀ ରୂପାୟନ କରୁଛନ୍ତି ବୋଲି ଅତିଥି ଭାବେ ଯୋଗ ଦେଇ ଆଇଡିବିଆଇ ଉପ ମହାପ୍ରବନ୍ଧକ ଶ୍ରୀଧର କୁମାର ଯୋଗଦେଇ ନିଜର ସଂଘର୍ଷରତ ଜୀବନ ଓ ସଫଳତା ସମ୍ପର୍କରେ ଅନୁପ୍ରାଣିତ ମନ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବରିଷ୍ଠ ଉଦ୍ୟୋଗୀ ବି, ପି, ସିଂ, ମହିଳା ଉଦ୍ୟୋଗୀ ସାସ୍ୱତୀ ଚୌଧୁରୀ ଉଦ୍ୟୋଗୀଙ୍କ ବିଭିନ୍ନ ଦିଗ, ସମସ୍ୟା ଉପରେ ଆଲୋକପାତ କରିଥିଲେ ।
କାର୍ଯ୍ୟକ୍ରମକୁ ଉଦ୍ୟୋଗୀ ପରିବାର ସଦସ୍ୟ ଙ୍କ ସହିତ ଉଦ୍ୟୋଗୀ ସୀତାଂଶୁ ଶେଖର ମହାରଣା ପରିଚାଳନା କରିଥିଲେ ।
