ବାରୁଆଁ (ବି) ଉ ପ୍ରା ବିଦ୍ୟାଳୟ ର ପରିଚାଳନା କମିଟି ଗଠିତ 

ଭୁବନ, ୧୫/୦୭/୨୦୨୬ (ଓଡ଼ିଶା ସମାଚାର)-ଢେ଼ଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ବାରୁଆଁ ( ବି) ପଞ୍ଚାୟତ ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପରିଚାଳନା କମିଟି ଗଠନ ହୋଇଯାଇଛି । ନୂତନ ସଭାପତି ଭାବେ ହୃଦାନନ୍ଦ ନାୟକ ଏବଂ ଉପ ସଭାପତି ଭାବେ ମେଙ୍କି ଦାସ ମନୋନୀତ ହୋଇଛନ୍ତି ।

ପ୍ରଧାନଶିକ୍ଷକ ଉତ୍କଳମଣି ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କମିଟି ଗଠନ କାର୍ଯ୍ୟକ୍ରମରେ ବାରୁଆଁ ( ବି) ସରପଞ୍ଚ ଶ୍ରୀମତୀ ବୀଣାପାଣି ସାହୁ,ବି ଇ ଓ ଙ୍କ ପ୍ରତିନିଧି ଭାବେ ଗଡ ନୃସିଂହ ପ୍ରସାଦ ଉ ପ୍ରା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ତରାଇ , ୱାର୍ଡ ମେମ୍ବର ଜ୍ୟୋତ୍ସ୍ନା ରାଉତ ଙ୍କ ସମେତ ନୂତନ କମିଟି ର ସମସ୍ତ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ । ଶେଷରେ ନୂତନ ସଦସ୍ୟ ମାନଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *