ମାହାଙ୍ଗା, ୦୯/୦୨/୨୦୨୪ (ଓଡିଶା ସମାଚାର/ ଅଭୟ ଜେନା ) – କଟକ ଜିଲ୍ଲା ମାହାଙ୍ଗା ବ୍ଲକର ବିରୂପା ଗେଙ୍ଗୁଟି ଦୀପାଞ୍ଚଳ ଅନ୍ତର୍ଗତ କୋଠପଦା ଠାରେ ଯୁବତୀ ଓ ମହିଳା ମାନଙ୍କ ରୂପସଜ୍ଜା ଓ କେଶ ବିନ୍ୟାସ ପାଇଁ ଏକ ଆଧୁନିକ ବିୟୁଟି ପାର୍ଲର ଉଦଘାଟିତ ହୋଇଯାଇଛି । ଗ୍ରାମାଞ୍ଚଳରେ ମହିଳା ମାନଙ୍କ ରୂପଚର୍ଯ୍ୟା କ୍ଷେତ୍ରରେ ଏହି ନୂଆ ପାର୍ଲରଟି ବେଶ ଉପଯୋଗୀ ହୋଇପାରିବ ବୋଲି ଏହାର ପ୍ରୋପାଇଟର ସସ୍ମିତା ଜେନା ସୂଚନା ଦେଇଛନ୍ତି । ପାଠପଢି ଚାକିରୀ ପଛରେ ନଦୌଡ଼ି ନିଜ ଗୋଡ଼ରେ ଛିଡା ହେବାକୁ ସସ୍ମିତା ସଂକଳ୍ପ ନେଇଥିଲେ ।
ସ୍ୱଳ୍ପ ଖର୍ଚ୍ଚରେ ଯେ କୌଣସି ମହିଳା ଓ ଝିଅ ମାନେ ଏଠାରୁ ନିଜ ନିଜର ରୂପଚର୍ଯ୍ୟା କରିବା କ୍ଷେତ୍ରରେ ଅନେକ ସୁବିଧା ପାଇ ପାରିବେ ବୋଲି ସସ୍ମିତା କହିଛନ୍ତି । ଅଭିଜ୍ଞ ବିୟୁଟିସିଆନଙ୍କ ଦ୍ୱାରା ଶ୍ରୀ ଲେଡ଼ିଜ ବିୟୁଟି ପାର୍ଲରରେ ମହିଳା ମାନଙ୍କୁ ସେମାନଙ୍କ ମନ ପସନ୍ଦର ରୂପଚର୍ଯ୍ୟାର ସୁବିଧା ମିଳିପାରିବ । ସ୍ଥାନୀୟ ବନଗୁରିଆ ଅଂଚଳର ଜଣେ ଶିକ୍ଷିତା ମହିଳା ସସ୍ମିତା ଜେନା ନିଜେ ଆତ୍ମନିର୍ଭରଶୀଳ ହେବାକୁ ଏହି ପ୍ରତିଷ୍ଠାନ ଖୋଲିବା ଜଣା ପଡିଛି l ସସ୍ମିତାଙ୍କ ସ୍ୱାମୀ ମନୋଜ ଜେନା ନିଜେ ଜଣେ ଯୁବ ଉଦ୍ୟୋଗୀ । ସେ ବ୍ୟାଙ୍କରୁ ସହାୟତା ନେଇ, ପତ୍ନୀ ସସ୍ମିତାଙ୍କୁ ଏଭଳି ଏକ ପାର୍ଲର ଖୋଲି ଆତ୍ମନିର୍ଭରଶୀଳ ହେବାକୁ ଆଗେଇ ଆସିଥିବାରୁ ଏହା ଅନ୍ୟ ମହିଳା ମାନଙ୍କୁ ନିଶ୍ଚୟ ରୋଜଗାରକ୍ଷମ ହେବାକୁ ଉତ୍ସାହିତ କରିପାରିବ ବୋଲି ବୁଦ୍ଧିଜୀବୀ ମାନେ ମତ ଦେଇଛନ୍ତି ।