କଟକ ସଦର, ୨୪/୦୭/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):୫୫ ନମ୍ବର ଜାତୀୟ ରାଜପଥ ଉନ୍ନତି କରଣ କାର୍ଯ୍ୟ କଛପ ଗତିରେ ଚାଲିଥିବା ବେଳେ ବିଭାଗୀୟ ଯନ୍ତ୍ରୀ ମାନଙ୍କ ଦୂରଦର୍ଶିତା ଅଭାବ ଓ ଖାମଖିଆଲ ମନୋଭାବ ପାଇଁ କନ୍ଦରପୁର ଅଞ୍ଚଳରେ ଉଦଵୃତ୍ତ ଜଳ ନିଷ୍କାସନ କ୍ଷେତ୍ରରେ ସମସ୍ୟା ଦେଖା ଦେଇଛି। ଯାହା ଫଳରେ ଚାଷଜମି ସବୁ ଜଳମଗ୍ନ ହେବା ସହିତ ଲୋକମାନଙ୍କ ଘରେ ପାଣି ପଶୁଥିବା ଅଭିଯୋଗ ହୋଇ ଆସୁଥିଲା। ଏଥିପାଇଁ ଗତ ୭ ଦିନ ତଳେ ଆୟତପୁର ସରପଂଚ ରାକେଶ ବେହେରା ଏହାର ସମାଧାନ ପାଇଁ ଅନଶନ କରିଥିଲେ।
ଖଵର ପାଇ ବିଭାଗୀୟ ଜଳ ନିଷ୍କାସନ ଯନ୍ତ୍ରୀମାନେ ଘଟଣା ସ୍ଥଳରେ ପହଞ୍ଚି ସାମୟିକ ଜଳ ନିଷ୍କାସନ ର ବ୍ୟବସ୍ଥା କରି ସ୍ଥାୟୀ ସମାଧାନ ର ପ୍ରତିଶୃତି ଦେଇଥିଲେ। ହେଲେ ଏହାର କିଛି ସମାଧାନ ନହେବାରୁ ଆଜି ଶୁକ୍ରବାର ଦିନ ସରପଂଚ ରାକେଶ ବେହେରାଙ୍କ ସହିତ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ମହାଳି ପ୍ରମୁଖ ପୁନର୍ବାର ଧାରଣାରେ ବସିଥିଲେ।
ଏହି ଖବର ଆଜି ‘ଓଡିଶା ସମାଚାର‘ ରେ ପ୍ରକାଶ ପାଇବା ପରେ ରାତିରେ ଏନ୍ ଏଚ୍ ଏ ଆଇ ବିଭାଗ ର ନିର୍ଦେଶ କ୍ରମେ ଏ ଆର୍ ଏସ୍ ଏସ୍ ଠିକା ସଂସ୍ଥା ବରିଷ୍ଠ ଯନ୍ତ୍ରୀ ଇଂ ସୌ ସତ୍ୟଜିତ ସାହୁ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ୟାର ସମାଧାନ କରିଥିବା ଜଣାପଡିଛି। ଏହାପରେ ଅନଶନ ମଧ୍ୟ ହଟିଥିଵା ଜଣାପଡିଛି।
ଅନଶନ ସ୍ଥଳରେ କଟକ ସଦର ପଞ୍ଚାୟତ ସମିତି ପୂର୍ବତନ ଅଧ୍ୟକ୍ଷ ସତ୍ୟ ଜେନା ପହଞ୍ଚିଥିବା ଜଣାପଡିଛି ।
ଜଳ ନିଷ୍କାସନ ସମସ୍ୟା ସମାଧାନ ନହେଵାରୁ ପୁନର୍ବାର ଧାରଣାରେ ବସିଲେ ଆୟତପୁର ସରପଂଚ ରାକେଶ ବେହେରା
