କଟକ ସଦର ,୨୯/୬/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଦୀର୍ଘ ଦିନ ହେଲା ଯେଉଁ ବିଜେଡ଼ି ନେତାଙ୍କ ସହିତ ବନ୍ଧୁତା ସ୍ଥାପନ କରି ସୁରକ୍ଷା ଦେଇ ଆସୁଥିବା କିଶନନଗର ପୋଲିସ ଆଜି ଶନିବାର ଦିନ ବାଧ୍ୟଵାଧକତାରେ ଗିରଫ କରି ଅଦାଲତ ଚାଲାଣ କରିଥିବା ଚର୍ଚ୍ଚା ର ବିଷୟବସ୍ତୁ ପାଲଟିଛି। ପ୍ରକାଶ ଯେ ମାଣପୁର ପଞ୍ଚାୟତ ବିଜେଡ଼ି ସଭାପତି ତଥା ନିଶ୍ଚିନ୍ତକୋଇଲି ବ୍ଲକ୍ ବିଜେଡ଼ି ଉପସଭାପତି ରୁସ୍ତମ ମହମ୍ମଦଙ୍କୁ ଗତକାଲି ଶନିବାର ରାତିରେ ମାରପିଟ୍ ଘଟଣାରେ ଉଠାଇ ଆଣି ଗିରଫ କରି କୋର୍ଟ ଚାଲାଣ କରିଛି କିଶନନଗର ପୋଲିସ। ନିର୍ବାଚନ ପୂର୍ବରୁ ଯେତେ ଅଭିଯୋଗ କଲେ ମଧ୍ୟ ପୋଲିସ ରୁସ୍ତମଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ନେବା ପରିବର୍ତ୍ତେ ସୁରକ୍ଷା ଦେଉଥିବା ଅଭିଯୋଗ ହୋଇଆସୁଥିଲା। ହେଲେ ସମୟ ଚକ୍ର ସବୁ କିଛି ବିଗାଡି ଦେଲା। ସୂଚନାଯୋଗ୍ୟ ଯେ ଆଜି କିଛି ସମୟ ପୂର୍ବରୁ ‘ ଓଡ଼ିଶା ସମାଚାର’ ରେ ଏ ସମ୍ପର୍କରେ ବିସ୍ତୃତ ଖଵର ପ୍ରକାଶ ପାଇଵା ପରେ ପୋଲିସ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଆଲୋଚନା ହେଉଛି। ହେଲେ ଵାରଦା ପଞ୍ଚାୟତରେ ଗତ ୨୩ ତାରିଖ ରାତିରେ ଘଟିଥିବା ହଣାକଟା ଘଟଣା କୁ ସାତ ଦିନ ବିତି ଯାଇଥିଲେ ବି ପୋଲିସ ହାତଵାନ୍ଧି ଵସି ରହିଥିବାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ରୁସ୍ତମ ସହିତ ବିଜେପି ସମର୍ଥକ କୁହାଯାଉଥିବା ଦୁଇଜଣ ଜ୍ଞାନରଞ୍ଜନ ମହାପାତ୍ର ଓ ରଶ୍ମିରଞ୍ଜନ ମହାରଣାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଆଇନ୍ ଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କାରେ ଥାନାରେ ପୋଲିସ ଫୋର୍ସ ମୁତୟନ ଥିବା ଦେଖିବାକୁ ମିଳିଛି।
ଯାହାଙ୍କୁ ସୁରକ୍ଷା ଦେଉଥିଲା , ବାଧ୍ୟଵାଧକତାରେ ତାଙ୍କୁ ବାନ୍ଧିଲା କିଶନନଗର ପୋଲିସ
