ଭୁବନ ୨୪/୦୭/୨୦୨୬ (ଓଡ଼ିଶା ସମାଚାର)- ଢେ଼ଙ୍କାନାଳ ଜିଲ୍ଲା ଭୁବନ ର ତୃତୀୟା ଜୀଉ ଙ୍କ ବାହୁଡା଼ ଯାତ୍ରା ଆଜି ଅତ୍ୟନ୍ତ ଶ୍ରଦ୍ଧା ଭକ୍ତି ଓ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ସଂକୀର୍ତ୍ତନ ମଣ୍ଡଳୀ, ଘଣ୍ଟୁଆ ଓ ଶହ ଶହ ଶ୍ରଦ୍ଧାଳୁ ଭକ୍ତ ଯୋଗଦେଇ ରଥ ଟାଣିଥିଲେ । ସକାଳ ୬ ଘଟିକା ସମୟରେ ବଡ଼ହାଟ ସ୍ଥିତ ଗୁଣ୍ଡିଚା ମନ୍ଦିରରେ ଦେଉଳ ଫିଟା,ମଙ୍ଗଳ ଆଳତି,୮ଘଟିକାରେ ପାଟବସ୍ତ୍ର ଆନୟନ,୧୦ ଘଟିକା ରେ ଆଜ୍ଞାମାଳ ବିଜେ,୧୧ ଘଟିକା ରେ ମହାପ୍ରସାଦ ନୀତି ୧୧ ଘଟିକାରେ ମହାପ୍ରସାଦ ଅର୍ପଣ,୧୨ ଘଟିକା ରେ ଶ୍ରୀଜୀଉଙ୍କ ପହଣ୍ଡି ବିଜେ, ୧ ଘଟିକା ରେ ମହାପ୍ରଭୁ ଙ୍କ ଆଦ୍ୟ ସେବକ ରାମଚନ୍ଦ୍ର ରାଉତ ଛେରା ପହଁରା କରିଥିଲେ ,୨ ଘଟିକାରେ ପୋଡ଼ା ପିଠା ଲାଗି ଓ ଅପରାହ୍ନ ୩ ଘଟିକା ସମୟରେ ରଥ ଟଣ। ଆରମ୍ଭ ହୋଇଥିଲା ।
ତିନି ରଥ ବଡହାଟ ରୁ ବାହାରି ଗୋଡ଼ି ପୋଖରୀ ଛକ,ନୂଆ ବଜାର ,ଗଣେଶ ବଜାର, ଗୁଜୁରୀ ହାଟ,ବଡ଼ଦାଣ୍ଡ ଦେଇ ସନ୍ଧ୍ୟା ସୁଦ୍ଧା ଜଗନ୍ନାଥ ମନ୍ଦିର ସମ୍ମୁଖସ୍ଥ ରଥ ଖଳାରେ ପହଞ୍ଚିଥିଲା। ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦେବୀ ସୁଭଦ୍ରା ଙ୍କ ରଥ କୁ ମହିଳା ମାନେ ଟାଣିଥିଲେ । ମନ୍ଦିର ପରିଚାଳନା କମିଟି ସଭାପତି ଶୁଭେନ୍ଦୁ କୁମାର ସାହୁ ଙ୍କ ସମେତ ସମସ୍ତ କର୍ମକର୍ତ୍ତା,ସେବାୟତ,ମାତୃ ମଣ୍ଡଳୀ, ସଙ୍କୀର୍ତ୍ତନ ମଣ୍ଡଳୀ,ଭୁବନ ଥାନା ଆରକ୍ଷୀ ନିରୀକ୍ଷକ ରେଣୁବାଳା ସାହୁଙ୍କ ତତ୍ତ୍ଵାବଧାନରେ ପୋଲିସ କର୍ମଚାରୀ ଏହି ପବିତ୍ର ରଥ ଯାତ୍ରା ରେ ସାମିଲ ହୋଇ କର୍ତ୍ତବ୍ୟ ସମ୍ପାଦନ କରିଥିଲେ । ଅନୁରୂପ ଭାବେ ଭୁବନ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଆନନ୍ଦ ଉଲ୍ଲାସ ମଧ୍ୟରେ ବାହୁଡା଼ ଯାତ୍ରା ଅନୁଷ୍ଠିତ ହୋଇଯାଇଛି।
