ଗରଦପୁର ବ୍ଲକ୍ ପରିସରରେ ବୃକ୍ଷ ରୋପଣ

ଗରଦପୁର, ୨୩/୭/୨୦୨୪ (ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ କାର୍ଯ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଛି । ଆଜି ସୁ ପ୍ରଭାତରୁ ପଂଚାୟତ ଜନ ପ୍ରତିନିଧିମାନେ ବ୍ଲକ୍ ପରିସରରେ ଏକାଠି ହୋଇ ବିଭିନ୍ନ ବୃକ୍ଷ ଚାରା ରୋପଣ କରିଥିଲେ । ଏଥିରେ ବିଡ଼ିଓ  ପ୍ରଦ୍ୟୁମ୍ନ କୁମାର ନାୟକ, ବ୍ଲକ୍ ଅଧ୍ୟକ୍ଷ ଅଭୟ କୁମାର ମହାରାଜ, ଯୁବ ନେତା କ୍ଷିତିଶ ଦାସ, ପ୍ରକୃତି ବନ୍ଧୁ ଦ୍ୱାରିକାନାଥ ସେନାପତି , ସରପଂଚ ପ୍ରତିନିଧି ପ୍ରତାପ ଚନ୍ଦ୍ର ସ୍ୱାଇଁ,ତଳକୁସୁମା ସମିତି ସଭ୍ୟ ରଶ୍ମିରଂଜନ ଦାସ(ବାପି) ,ଶୈଳେନ୍ଦ୍ର କୁମାର ମହାନ୍ତି,ଆଲୋକ ମାହାଳି, ଅନୁଜ କୁମାର ମହାନ୍ତି, ପ୍ରହଲାଦ ସାହୁ ପ୍ରମୁଖ ସାମିଲ ହୋଇ ବିଭିନ୍ନ ବୃକ୍ଷ ଚାରା ରୋପଣ କରିଥିଲେ ।

Leave a Reply

Your email address will not be published. Required fields are marked *