ଯାଜପୁର, ୧୮/୧୨/୨୦୨୩ (ଓଡ଼ିଶା ସମାଚାର /ସୁରେଶ କୁମାର କର ):- ଏହି ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଅଲିପୁର ଗ୍ରାମ ପଞ୍ଚାୟତ ଭବାନୀପୁର ର ରବୀନ୍ଦ୍ର ନାଥ , ମା ରମା ଦେଇ ଓ ଦିବ୍ୟାଙ୍ଗ ଭଉଣୀ ଧରିତ୍ରୀ ପାଇଁ ଆବାସ ସାତ ସପନ ହୋଇଯାଇଛି ।ବାରମ୍ବାର ବ୍ଲକ ,ପଂଚାୟତ ଦୌଡ଼ି ଦୌଡ଼ି ଏପରିକି ବିଭିନ୍ନ ସମୟରେ ଖବର ପ୍ରସାରଣ କରାଯାଇଥିଲେ ମଧ୍ୟ ଏହି ପରିବାରକୁ ବ୍ଲକ ପ୍ରଶାସନ ଅଣ ଦେଖା ସାଧାରଣରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି । ବାରମ୍ବାର ତାଲିକାରେ ନାମ ଥାଇ ମଧ୍ୟ ଆବାସ ଯୋଜନା ନମିଳିବାରୁ ଆଜି ବରୀ ବ୍ଲକ ସମ୍ମୁଖରେ ସପରିବାର ଓ ଯାଜପୁରର କିଛି ଆଗ ଧାଡ଼ିର ସାମାଜିକ କର୍ମୀଙ୍କ ମାନେ ଆମରଣ ଅନଶନ ଆରମ୍ଭ କରିଥିବା ଦେଖିବାକୁ ମିଳିଛି । ନିଦା ବିଷ୍ଣୁ ସାଜିଥିବା ଓ ପିସି କୁ ଆଗ୍ରାଧିକାର ଦେଉଥିବା କିଛି ଅସାଧୁ ସରକାରୀ କର୍ମଚାରୀ ଙ୍କ ପାଇଁ ଆଜି ରମା ଦେଇ କି ଅବସ୍ଥାରେ ରହିଛି , ଥରଟିଏ ଜିଲ୍ଲାପାଳ ଓ ରାଜ୍ୟ ମୁଖିଆ କିମ୍ବା ବିଜେଡ଼ି ସାଂଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ , ଭିକେ ପାଣ୍ଡିଆନ ଆସି ବିକାଶ କଣ ଏଇଠି ପ୍ରମାଣ ନିଅନ୍ତୁ ବୋଲି ଜଣାଶୁଣା ସାମାଜିକ କର୍ମୀ ଶ୍ରୀ ବିବେକ ନାଥ ଦୁଃଖ ପ୍ରକାଶ କରି କହିଛନ୍ତି ।
ଅପର ପକ୍ଷେ ଏହି ଅନଶନ କୁ ଜୋରଦାର କରାଯିବ ଓ ରମା ଦେଇ ତା ପ୍ରାପ୍ୟ ନିଶ୍ଚିତ ପାଇପାରିବ ବୋଲି ମହାବାହୁ ଗ୍ରୁପ ଅଧ୍ୟକ୍ଷ ଶିବପ୍ରସାଦ ସାମଲ , କଳିଙ୍ଗ ଯୁବକ ସଂଘ ସଭାପତି ଶିଶିର ପଣ୍ଡା ,ନୂଆ ଆଲୋକ ଅନୁଷ୍ଠାନ ସଦସ୍ୟ ରୀଙ୍କୁ ମହାନ୍ତି , ଗଣେଶ ସାହୁ ପ୍ରମୁଖ ସୂଚନା ଦେବା ସହ ପ୍ରଶାସନ ତୁରନ୍ତ ଏହି ପରିବାରକୁ ଘର ଖଣ୍ଡେ ପ୍ରଦାନ କରିବା ନିମନ୍ତେ ଦାବି କରିଛନ୍ତି । ଖବର ଲେଖା ହେଲା ପର୍ୟନ୍ତ୍ ପ୍ରଶାସନ ପକ୍ଷରୁ କୌଣସି ଆଶ୍ଵସନା ଦିଆଯାଇନଥିବା ଜଣାପଡିଛି।