ଗରଦପୁର ବ୍ଲକ୍ ରେ ସମ୍ବର୍ଦ୍ଧନା ଉତ୍ସବ

ଗରଦପୁର୨୨/୦୭/୨୦୨୬ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ସମ୍ମିଳନୀ କକ୍ଷରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଉତ୍ସବରେ ୪ ଜଣ ଅଧିକାରୀ ଙ୍କୁ ବିଦାୟ କାଳିନ ସମ୍ବର୍ଦ୍ଧନା ଦିଆଯାଇଥିବାବେଳେ ନୂତନ ଭାବେ ଯୋଗ ଦେଇଥିବା ୫ଜଣ ଅଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଅବସରରେ ଆୟୋଜିତ ଉତ୍ସବରେ ବିଡ଼ିଓ ଆଲୋକ କୁମାର ସେଠୀ ପୌରୋହିତ୍ୟ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷ ଅଭୟ କୁମାର ମହାରାଜ , ସମ୍ମାନିତ ଅତିଥି ଭାବେ ଏବିଡ଼ିଓ ସଂଜୟ ଦାସ , ବ୍ଲକ୍ ଫାଇନାନ୍ସ ଅଫିସର ସୁୁଦର୍ଶନ ବେହେରା ପ୍ରମୁଖ ଯୋଗଦେଇ ନିଷ୍ଠାର ସହିତ ସରକାରୀ ଦାୟିତ୍ୱ ବହନ କରିବା ପାଇଁ ନୂତନ ଭାବରେ ଯୋଗ ଦେଇଥିବା ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ ।

ସେହିପରି କର୍ମମୟ ଜୀବନରେ ସେବାକୁ ବୃତି ଭାବେ ଗ୍ରହଣ କରି ଆଗକୁ ବଢ଼ିବା ପାଇଁ ବ୍ଲକ୍ ରୁ ଅନ୍ୟତ୍ର ବଦଳି ହୋଇଥିବା ଅଧିକାରୀ ମାନଙ୍କୁ ସୂଚନା ଦେଇଥିଲେ । ଉଲେଖନୀୟ ଏହିକି ଗରଦପୁର ବ୍ଲକ୍ ରୁ ବରିଷ୍ଠ ଏଇ ଶରତ୍ କୁମାର ସାହୁ, କନିଷ୍ଠ ଏଇ ପ୍ରଦୀପ କୁମାର ସାମନ୍ତରାୟ,ଗ୍ରାମୀଣ ଗୃହ ନିର୍ମାଣ ଅଧିକାରୀ ଅନିତା ମହାନ୍ତି ,ଇନଚାର୍ଜ ବିଏସଏସଓ ମନୋଜ ଦାସ ପ୍ରମୁଖ ଅନ୍ୟତ୍ର ବଦଳି ହୋଇଯାଇଛନ୍ତିା ସେହିପରି ଏଡବ୍ଲଇ ଶୁଭଦ୍ରା ଓଝା, ଗ୍ରୀମର ଗୃହ ନିର୍ମାଣ ଅଧିକାରୀ ଅଭିନାଶ ପତି , ବିଏସଏସଓ ଇନଚାର୍ଜ ଦିପକ କୁମାର ସ୍ୱାଇଁ ଙ୍କ ସମେତ ଦୁଇ ଜଣ କନିଷ୍ଠ ଯନ୍ତ୍ରୀ ବ୍ଲକ୍ ରେ ନୂତନ ଭାବେ ଯୋଗଦାନ କରିଛନ୍ତି ।

ଏ ସମସ୍ତଙ୍କୁ ଉତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ବ୍ଲକ୍ କ୍ୟାସିଅର ଶ୍ରୀକାନ୍ତ ସ୍ୱାଇଁ ଓ ପିଓ ଚୈତନ୍ୟ ପ୍ରସାଦ ବିଶ୍ୱାଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *