ବରିଷ୍ଠ ସାମ୍ବାଦିକ ଅରୁଣ ପଣ୍ଡାଙ୍କ ପରଲୋକ

କଟକ, ୨୨/୦୧/୨୦୨୪ (ଓଡ଼ିଶା ସମାଚାର)- ବରିଷ୍ଠ ସାମ୍ବାଦିକ ଅରୁଣ ପଣ୍ଡାଙ୍କର ପରଲୋକ ଘଟିଛି। କିଛି ଦିନ ହେବ ସେ ଅସୁସ୍ଥତା କାରଣରୁ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ । ଆଜି ୭୬ ବର୍ଷ ବୟସରେ କଟକ ସିଡିଏ ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। ‘ସମାଜ’ର ପୂର୍ବତନ ବରିଷ୍ଠ ସହ ସମ୍ପାଦକ ଭାବେ କାର୍ଯ୍ୟକରି ଅବସର ଗ୍ରହଣ କରିଥିଲେ। ସାମ୍ୱାଦିକତା କ୍ଷେତ୍ରରେ ସେ ଅନେକ ଛାପ ଛାଡିଯାଇଛନ୍ତି । ତାଙ୍କ ମୃତ୍ୟୁରେ ଅନେକ ବରିଷ୍ଠ ସାମ୍ୱାଦିକଙ୍କ ସହ ରାଜନେତା ଶୋକ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *