ତୃତୀୟ ପର୍ଯ୍ୟାୟ ଶେଷ ସୁଦ୍ଧା ପୋଷ୍ଟାଲ ବାଲାଟରେ ପ୍ରାୟ ୯୪ ହଜାର ମତଦାନ

ଭୁବନେଶ୍ୱର, ୨୬/୦୫/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ରେ ଭାରତ ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରାଧିକୃତ ଅନେକ ବର୍ଗର ମତଦାତାମାନେ ପୋଷ୍ଟାଲ ବାଲାଟ ମାଧ୍ୟମରେ ମତଦାନ କରିଛନ୍ତି । ଏମାନଙ୍କ ମଧ୍ୟରେ ଭିନ୍ନକ୍ଷମ ମତଦାତା (୪୦ ପ୍ରତିଶତରୁ ଊଦ୍ଧ୍ୱର୍ ବେଞ୍ଚମାର୍କ ଡିଜାବିଲିଟି), ୮୫ ବର୍ଷ ବୟସରୁ ଊଦ୍ଧ୍ୱର୍ ବରିଷ୍ଠ ନାଗରିକ, ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀ, ନିର୍ବାଚନ କାର୍ଯ୍ୟରେ ନିୟୋଜିତ କର୍ମଚାରୀ ଆଦି ପୋଷ୍ଟାଲ ବାଲାଟ ମାଧ୍ୟମରେ ମତଦାନ କରୁଛନ୍ତି । ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଶେଷ ସୁଦ୍ଧା ପୋଷ୍ଟାଲ ବାଲାଟ ମାଧ୍ୟମରେ ପ୍ରାୟ ୯୪ ହଜାର ମତଦାନ ହୋଇସାରିଛି । ଏହା ମଧ୍ୟରେ ୮୫ ବର୍ଷ ବୟସରୁ ଊଦ୍ଧ୍ୱର୍ ବରିଷ୍ଠ ମତଦାତା ଓ ଭିନ୍ନକ୍ଷମ ମତଦାତାମାନେ ‘ହୋମ୍‌ ଭୋଟିଙ୍ଗ୍‌’ ମାଧ୍ୟମରେ ମତଦାନ କରୁଥିବାବେଳେ ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀ ପିଭିସି(PVC)ରେ ଓ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କର୍ମଚାରୀ ପିବିଏଫ୍‌ସି(PBFC) ମାଧ୍ୟମରେ ମତଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *