ଭୁବନ ୨୧/୦୭/୨୦୨୬ (ଓଡ଼ିଶା ସମାଚାର)-ଢେ଼ଙ୍କାନାଳ ଜିଲ୍ଲା ଭୁବନ ଦେଇ ଯାଇଥିବା ରେଙ୍ଗାଳି ବାମ କେନାଲ ଜିରୋ ପଏଣ୍ଟ ରୁ ଆରମ୍ଭ ହୋଇଥିବା ଶାଖା କେନାଲ ଓ ସବ ମାଇନର କେନାଲ ନିୟମିତ ଭାବେ ଘାସ ସଫା ହେଉ ନଥିବାରୁ ଦମଶାଲ ଫାର୍ମ ଠାରୁ ମଠ ଖୋକସା ପର୍ଯ୍ୟନ୍ତ ଅନେକ ସ୍ଥାନରେ ବାଲିଚର ହୋଇଯିବା ସହ ବୃକ୍ଷ ଲତା ମାଡ଼ି ଗଲାଣି ଓ କେନାଲ ଭାଙ୍ଗିରୁଜି ଗଲାଣି। ଫଳରେ ତଳ ମୁଣ୍ଡରେ ପାଣି ପହଞ୍ଚି ପାରୁନାହିଁ ।
ଏଥିପାଇଁ ମଠ ଖୋକସା ଚାଷୀ ମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପ୍ରତିବର୍ଷ ଘାସ ଚଞ୍ଛା ଓ ମାଟି ଉଠା ବାବଦରେ କାଗଜ କଲମରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ବାସ୍ତବରେ କିଛି କାର୍ଯ୍ୟ ହେଉନାହିଁ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଯଥାଶୀଘ୍ର ଏହି ସମସ୍ୟାର ସମାଧାନ ନ ହେଲେ ଆଗାମୀ ଦିନରେ ଜଳ ସେଚନ କାର୍ଯ୍ୟଳୟ ଘେରାଉ କରିବେ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି।
